ସଡ଼କ ପରିବହନ,ଖଣି ସମ୍ପଦ ମନ୍ତ୍ରୀ ଙ୍କ ଧର୍ମଗଡ ଗସ୍ତ

କଳାହାଣ୍ଡି ଜିଲ୍ଲା(AKN NEWS):ଧର୍ମଗଡ କୁ ଓଡ଼ିଶା ସରକାର ଙ୍କ ସଡ଼କ ପରିବହନ,ଖଣି ସମ୍ପଦ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି ।ଧର୍ମଗଡ ର ବିଭିନ୍ନ ଜାଗା ପରିଦର୍ଶନ କରିବା ସହ ଦଳୀୟ କର୍ମ କର୍ତ୍ତା ସହ ଆଲୋଚନା କରିଛନ୍ତି । ଧର୍ମଗଡ଼ ରେ ଥିବା ମା ଭଣ୍ଡାର ଘରଣୀ ମନ୍ଦିର ଜାଇ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ ଏଥି ସହ ମନ୍ଦିର ର ଭିତ୍ତିଭୂମି ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାମ ଉପରେ ସାଧାରଣ ଭାବେ ଆଲୋଚନା କରିଥିଲେ l
ଅନ୍ୟପଟେ ଯଶୋଦା ଅନାଥ ଆଶ୍ରମ ଯାଇ ସ୍ଥିତି ପରଖିବା ସହ ଅଞ୍ଚଳ ବାସି ସହ ଭାବ ଆଦାନ ପ୍ରଦାନ ଓ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ। ଅଞ୍ଚଳ ବାସି ପକ୍ଷରୁ ଜନସାଧାରଣ ସୁବିଧା ନିମନ୍ତେ ଧର୍ମଗଡ ବିଶାଖାପାଟଣା ,ବ୍ରହ୍ମପୁର ଆଦି ସ୍ଥାନକୁ ଗମନା ଗମନ ପାଇ ବସ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ଙ୍କ ପାଖରେ ଦାବି ଉଠାଇ ଥିଲେ ।
ଗୋଲାମୁଣ୍ଡା ରୁ ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମାନ୍ୟବର ମନ୍ତ୍ରୀ ପାଖରେ ଗୋଲାମୁଣ୍ଡା ଅଞ୍ଚଳରେ ବିଭିନ୍ନ ସମସ୍ୟା କୁ ନେଇ ମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।ଗସ୍ତ ବେଳେ ଉପସ୍ଥିତ ଥିଲେ ,ଘନଶ୍ୟାମ ଅଗ୍ରୱାଲ,,ଅପ୍ରେସ ସ୍ୱାଇଁ ,,ଜନ୍ମେଜୟ ନାଏକ,ଲକ୍ଷ୍ମୀକାନ୍ତ ବାଗ, ହିମାଂଶୁ ପଣ୍ଡା, ରୁପେଶ ଅଗ୍ରୱାଲ,ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟAKN NEWS


