ଜିଲ୍ଲା

ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ସମ୍ବିଧାନ ମହୋତ୍ସବ ପାଳିତ. ସମ୍ବିଧାନ ସୁରକ୍ଷା ପାଇଁ ଜୀବନ ଦେବା ପାଇଁ ବହୁଜନ ସମାଜ ପ୍ରସ୍ତୁତ.

 

ଆଜି ଭବାନୀପାଟଣା ଟାଉନ ହଲ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ସମ୍ବିଧାନ ମହୋତ୍ସବ ପାଳନ କରାଯାଇଥିଲା. ପ୍ରଥମେ ଜିଲ୍ଲାପାଳ ଅଫିସ ପରିସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଓବିଶି, ଏସ ଟି, ଏସ, ସି ସମ୍ପ୍ରଦାୟ ର ଶହ ଶହ ସାଥିମାନେ ସମବେତ ହୋଇ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏକ ରେଲିରେ ଟାଉନହଲ ଠାରେ ପହଂଚି ଥିଲେ. ସେଠାରେ ବହୁଜନ ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଅର୍ପଣ କରି ଏକ ସଭା ଆୟୋଜନ କରିଥିଲେ. ରାଜ୍ୟ ସଭାପତି ଲିଙ୍ଗରାଜ ପ୍ରଧାନ ଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିବା ଏହି ସଭାରେ ପ୍ରଫେସର ଗୋପବନ୍ଧୁ ମହନ୍ତ ମୁଖ୍ୟ ବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଡ଼. ବିବେକାନନ୍ଦ ମହାନନ୍ଦ, ସଚ୍ଚିଦାନନ୍ଦ ମହାକୁଡ଼, ସତ୍ୟ ଭୋଇ, କମଳିନୀ ଯାଦବ, ପ୍ରକାଶ ମାଝୀ, ବିକ୍ରମ ଛତର, ଦିନେଶ ନାଗ,କନକ ମଞ୍ଜରୀ ମହାନନ୍ଦ, ଦିଗାମ୍ବର ଲୁହା, ଯତୀନ୍ଦ୍ର କର, ଛବିଲାଲ ନିଆଲ, ସୀତାରାମ ମେହେର, କ୍ଷେତ୍ର ସତନାମୀ, ଶ୍ରୀବତ୍ସ ତାଣ୍ଡି,ଲିଙ୍ଗରାଜ ଆଜାଦ,ଏସ. ସୁଜାତା ଆଦି ସାଥିମାନେ ଯୋଗ ଦେଇଥିଲେ l


ବର୍ତମାନ ଶାସକ ବର୍ଗ ସମ୍ବିଧାନ କୁ ଅପବ୍ୟବହାର କରି ଏହାର ମୂଳ ଢାଞ୍ଚା କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି.ତେଣୁ ସମସ୍ତ ବଂଚିତ ସମାଜ ମିଳିତ ହୋଇ ଏହାର ସୁରକ୍ଷା କରିବାକୁ ହେବ ବୋଲି ଆଲୋଚନା ହୋଇଥିଲା. ଏଥିରେ ମଞ୍ଚ ପରିଚାଳନା ରମଣୀ ଦୁରିଆ, ସୁନୀଲ ନନ୍ଦ କରିଥିଲେ.

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!