ଜିଲ୍ଲା

୪ତମ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା

 

 

 

ଭବାନୀପାଟଣା : ତା ୩୦/୧୧/୨୦୨୫ ରିଖ କଳାହାଣ୍ଡି ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ କଳାହାଣ୍ଡି ଚେସ ଏକାଡେମୀ ତରଫ ରୁ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି | ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଏଥିରେ ଖାଉଟି କୋର୍ଟ ର ବିଚାରପତି ଅଶ୍ୱିନ ପାତ୍ର ମୁଖ୍ୟ ଅତିଥି, ସିନିଅର ନ୍ୟାସନାଲ ଚେସ ଅରବିଟର ରବୀନ୍ଦ୍ର ସାହୁ, ବିବେକ ଇଣ୍ଟେରପ୍ରାଇଜେସ ମାର୍କେଟିଙ୍ଗ ମୁଖ୍ୟ ଅଜିତ କୁମାର ରାଉତ,ସମାଜସେବୀ ଲଷ୍ମୀନାରାୟଣ ପଣ୍ଡା, ପ୍ରସନ୍ନ ପଟ୍ଟନାୟକ, ଆର କେ ସାଇକେଲ ମୁଖ୍ୟ ରୁପେଶ ଅଗ୍ରୱାଲ, ଶିକ୍ଷାବିତ୍ ଅରୁଣ ପାଣିଗ୍ରାହୀ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ରହି ଚେସ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରିଥିଲେ | ୧୫ ବର୍ଷ ବୟସ ବିଭାଗ ରେ ରବି ଶଙ୍କର ପଣ୍ଡା ପ୍ରଥମ, ଅନିବେଶ ସମନ୍ତରାୟ ଦ୍ୱିତୀୟ ଓ ଶ୍ରୀୟାଂଶ ସୂତ୍ତାର ତୃତୀୟ ସ୍ଥାନ ଅଧିକାର କରିଥିଲେ | ୧୧ ବର୍ଷ ବୟସ ବିଭାଗ ରେ ସ୍ୱାୟାଂଶୁ ନାଏକ ପ୍ରଥମ, ଦିବ୍ୟାଂଶ ପ୍ରଧାନ ଦ୍ୱିତୀୟ, ୯ ବର୍ଷ ବିଭାଗ ରେ ଶିଭାଂଶୁ ସାହୁ ପ୍ରଥମ, ଆୟୁଷ ଦୀପ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ୭ ବର୍ଷ ବିଭାଗ ରେ ଶ୍ରୀୟାଂଶ ପଣ୍ଡା ପ୍ରଥମ ଓ ଦିବ୍ୟାଂଶୀ ପଣ୍ଡା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ବାଳକ ବିଭାଗ ରେ ସ୍ୱାଭିମାନ ପାତ୍ର ଚାମ୍ପିୟନ, ୟୁମାନ ଖାନ ଦ୍ୱିତୀୟ ଓ ସୂର୍ଯ୍ୟଂଶୁ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗ ରେ ଯଶକନ୍ୟା ସାହୁ ଚାମ୍ପିୟନ, ପଲକ ରାଣୀ ଦ୍ୱିତୀୟ ଓ ଶୁଭଶ୍ରୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ | ବାଳକ ଓ ବାଳିକା ବିଭାଗ ର ଚାମ୍ପିୟନ ଦ୍ୱୟଙ୍କୁ ଆର କେ ସାଇକେଲ ତରଫ ରୁ ଗୋଟିଏ ଲେଖାଏଁ ସାଇକେଲ ପୁରସ୍କୃତ କରାଯାଇଛି | କଳାହାଣ୍ଡି ଚେସ ଏକାଡେମୀ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ରବି ନାରାୟଣ ସାହୁ, ବୃଷବ ଦାସ ସମେତ ଏକାଡେମୀ ର ବହୁ ସଦଶ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!