
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ତା ୩୧/0୧/୨0୨୬ରିଖ ଶନିବାର ଦିନ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଦାଘାଟିତ ହୋଇଯାଇଛି l ମାଁ ଡୋକରୀ ମନ୍ଦିର ରୁ ମସାଲ ଶୋଭାଯାତ୍ରା ବାହାରି କ୍ରୀଡା ଉତ୍ସବ କରାଯାଉ ଥିବା ପର୍ଯ୍ୟନ୍ତ ହୋଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ମହୁଲ ପାଟଣା ପଞ୍ଚାୟତ ସରପଞ୍ଚ ରହିଥିଲେ, ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଷ୍ମୀଧର ନାଏକ, ଯୁବ ସମାଜ ସେବୀ ଚନ୍ଦନ ନାଏକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ସମେତ ଅଭିଭାବକ ରହିଥିଲେ l ଏହି ଉତ୍ସବ ଯୋଗୁ ଛାତ୍ରଛାତ୍ରୀ ଦକ୍ଷତା କିଛି ଲୋକଲୋଚନ କୁ ଆଣିବା ପାଇଁ ହିଁ କ୍ରୀଡା ଉତ୍ସବ କରିବା ପ୍ରକାଶ କରି ଥିଲେ l ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ଦୌଡ଼, ଲମ୍ବ ଓ ଉଚ୍ଚ ଡିଆଁ, ଭୋଲିବୋଲ, ସଟ ଫୁଟ, ଜବ୍ଲିନ ଥ୍ରୋ ଇତ୍ୟାଦି ପ୍ରକାର ପ୍ରତିଯୋଗିତା କରାଯାଇଥିଲା l
ଏହି କ୍ରୀଡା ପ୍ରତିଜୋଗିତାକୁ ଶିକ୍ଷକ ଶିକ୍ଷତ୍ରି ଏବଂ ଗାଁ ର ସମସ୍ତ ବୁଦ୍ଧିଜୀବୀ ଓ ଗ୍ରାମର ସମସ୍ତେ ମିସି କ୍ରୀଡା ପ୍ରତିଯୋଗିତା କୁ ଆନନ୍ଦ ଉଲ୍ଲସର ସହ ସମ୍ପୂର୍ଣ କରିଛନ୍ତି
ଥୁଆମୂଳ ରାମପୁର ରୁ ରମାକାନ୍ତ ନାଏକ ଙ୍କ ରିପୋର୍ଟ AKN News