ଜିଲ୍ଲା

OAS ପରୀକ୍ଷାରେ ସଫଳତା ହାସଲ କଲେ ବଳଭଦ୍ର ପୁର ଗ୍ରାମର ରାଜଶ୍ରୀ ଜାଲି ।

OAS ପରୀକ୍ଷାରେ ସଫଳତା ହାସଲ କଲେ ବଳଭଦ୍ର ପୁର ଗ୍ରାମର ରାଜଶ୍ରୀ ଜାଲି ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ବଳଭଦ୍ର ପୁର ଗ୍ରାମର ଝିଅ ରାଜଶ୍ରୀ ଜାଲି ପିଲାଟି ଦିନରୁ ବାପା ଚାଲିଗଲା ପରେ ତାଙ୍କର ମାଆ ପର ଦୁଆରେ ମୂଲ ମଜୁରୀ ଲାଗି ବହୁ ଅଭାବ ଅନାଟନ ଭିତରେ ରହି ରାଜଶ୍ରୀ ଙ୍କୁ ପାଠ ପାଢାଇଥିଲେ ଯାହାର ଫଳ ସ୍ୱରୂପ ଝିଅ ଏବେ ଓଏଏସ ପରୀକ୍ଷା ରେ କୃତିତ୍ୱ ହାସଲ କରିଛନ୍ତି । ଯାହାକୁ ନେଇ ପରିବାର ବର୍ଗ , ବନ୍ଧୁ ବାନ୍ଧବ, ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଛି ଏବଂ ପଞ୍ଚାୟତ ସ୍ତରରୁ ଆରମ୍ଭ କରି MAL, MP ପର୍ଯ୍ୟନ୍ତ ରାଜଶ୍ରୀ ଙ୍କୁ ଶୁଭେଛା ଅଭିନନ୍ଦନ ଜଣାଇଛନ୍ତି । ଚିଲିକା ଟାପୁ ମଧ୍ୟରେ ଥାଇ ମଧ୍ୟ ତାଙ୍କର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମ ଫଳରେ ସେ ଆଜି ଜଣେ ସଫଳ ପ୍ରଶାସନିକ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସୁନା ଝିଅ ରାଜଶ୍ରୀ ଙ୍କୁ ନେଇ ଅନେକ ବୁଦ୍ଧିଜୀବି ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

 

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!