ମାଲୁଦ ପଞ୍ଚଦୋଳ ଯାତ୍ରାରେ ଆମ ପୁସ୍ତକ ମେଳାର ସପ୍ତମ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ।


ମାଲୁଦ ପଞ୍ଚଦୋଳ ଯାତ୍ରାରେ ଆମ ପୁସ୍ତକ ମେଳାର ସପ୍ତମ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ।
ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ଚବିଶ ମୌଜା ଐତିହାସିକ ପଞ୍ଚଦୋଳ ଯାତ୍ରା ୨୩ ଠାକୁରଙ୍କ ସହ ଭକ୍ତ ଓ ଭଗବାନଙ୍କ ମାହା ମିଳନ ଅବସରରେ କଳା, ସାହିତ୍ୟ ସଂସ୍କୃତି କୁ ଉଜ୍ୱିବିତ କରି ରଖିବା ପାଇଁ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବାନାମ୍ବର ବାରିକୀଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ପାରିକୁଦ ଅଞ୍ଚଳର କିଛି ଯୁବକ ବନ୍ଧୁଙ୍କ ସହାୟତା ରେ ୨୦୧୯ ମସିହାରେ ଗଢି ଉଠିଥିବା ଆମ ପୁସ୍ତକ ମେଳା କମିଟି କୃଷ୍ଣ ପ୍ରସାଦ ବ୍ଲକ ମାଲୁଦ ପୁରୀର ସପ୍ତମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି । ଉକ୍ତ ଉତ୍ସବକୁ ୨୪ ମୌଜା ମାର୍ଫତଦାର ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ଏବଂ କମିଟି ର ସଭାପତି ଶ୍ରୀଯୁକ୍ତ ଉଲାସ ଚନ୍ଦ୍ର ଜେନା ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏବଂ ମୁଖ ପତ୍ର ଜ୍ଞାନ ପ୍ରଭା ଓ କବି ସୁରେନ୍ଦ୍ର ନାଥ ପ୍ରଧାନ ଙ୍କ ଗଳ୍ପ ପୁସ୍ତକ ମଶାଣି ଫୁଲ ଉନ୍ମୋଚନ ହୋଇଥିଲା ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଅବସର ସେନା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଜେନା ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାସ ଯୋଗ ଦେଇଥିଲେ ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଅବସର ଉପଯନ୍ତ୍ରି ଶ୍ରୀ ଲକ୍ଷ୍ମୀକାନ୍ତ ଦଳେଇ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧକ୍ଷ ନୀଳକଣ୍ଠ ତ୍ରିପାଠୀ ଯୋଗ ଦେଇଥିଲେ ତତ୍ ସହିତ ତୃତୀୟ ଦିବସରେ
ଶ୍ରୀଯୁକ୍ତ ଅଜୟ କୁମାର ବାରିକ Dsp ମୟୂରଭଞ୍ଜ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଶ୍ୟାମାପ୍ରସାଦ ମିଶ୍ର ଯୋଗ ଦେଇ ଅନେକ ଗୁଡିଏ ଉପାଦେୟ ବାର୍ତା ବହନ କରିଥିଲେ । ଜ୍ଞାନର ବିକାଶ ନିମନ୍ତେ ଅନୁଷ୍ଠାନ ତରଫରୁ ଅନେକ ଗୁଡ଼ିଏ ପୁସ୍ତକ ଭଣ୍ଡାର ଆସିଥିବା ବେଳେ
ରାଜ୍ୟ ସ୍ତରୀୟ କବିତା ଆସର ଏବଂ ଆଦର୍ଶ ବିଦ୍ୟାଳୟ ଶିଶୁ ମାନଙ୍କୁ ନେଇ ଏବଂ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅଭିଲିପ୍ ସା ନାୟକ ଙ୍କୁ ନେଇ ଏବଂ ସ୍ଥାନୀୟ ଅଂଚଳର କିଛି ପ୍ରତିଭା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ବିଦ୍ୟାଳୟର କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏବଂ ଚିଲିକା ଗାନ୍ଧୀ ସ୍ବର୍ଗତ ଉଦୟ ନାଥ ଜେନାଙ୍କ ପରିବାରକୁ ମରଣୋତ୍ଵର ଚିଲିକା ରତ୍ନ ସମ୍ମାନ ଦିଆଯାଇଥିଲା । ଏବଂ ସ୍ୱର୍ଗତ ବାସୁଦେବ ପଲେଇଙ୍କ ପରିବାରକୁ କଳାଶ୍ରି ସମ୍ମାନ ପ୍ରଦାନ କରାଯାଇଥିଲା ଏଥି ସହିତ ରାଜ୍ୟ କୋଣ ଅନୁକୋଣରୁ ଆସିଥିବା କବି ଲେଖକ ମାନେ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । କମିଟିର ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ମୁଖ ପତ୍ର ସମ୍ପାଦକ ଶ୍ରୀ ସଦାନନ୍ଦ ଗୌଡ଼, ବିଦ୍ୟାଧର ପ୍ରଧାନ, କେଦାର ନାଥ ଦାସ, ବନ ବିହାରି ପଟ୍ଟନାୟକ,ଦଇତାରୀ ବିଶ୍ଵାଳ, ବାବୁଲି ନାୟକ, ବିଭୂତି ଭୂଷଣ ହରିଚନ୍ଦନ, ଲଳିତ କୁମାର ସ୍ବାଇଁ ସୁରେନ୍ଦ୍ର ପ୍ରଧାନ,ମନୋଜ କୁମାର ବାରିକ ଙ୍କ ସମେତ ସମସ୍ତ ସଦସ୍ୟ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN news