ଜିଲ୍ଲା

*ଓଡ଼ିଶାରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି: ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି ପଠାଇ କାର୍ଯ୍ୟାନୁଷ୍ଠାନ ଦାବି*

 

 

ଓଡ଼ିଶାରେ ୨୦୨୪ରେ ବିଜେପି ସରକାର ଗଠନ ପରେ ସାମ୍ପ୍ରଦାୟିକ ହିଂସା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ଅଭିଯୋଗ କରି ଭାରତ ମୁକ୍ତି ମୋର୍ଚ୍ଚାର ଓଡ଼ିଶା ରାଜ୍ୟ ପ୍ରଭାରୀ ମାଧବ ସୁନାନୀ ରାଜ୍ୟପାଳଙ୍କୁ ଏକ ଖୋଲା ଚିଠି ପଠାଇଛନ୍ତି। ଚିଠିରେ ଦଳିତ, ଆଦିବାସୀ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନାର ବିବରଣୀ ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଚିଠି ଆଜି କଲମପୁର ବ୍ଲକର ମୁଖ୍ୟ ଡାକଘରରୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଇଛି।

 

ଚିଠିରେ ଶ୍ରୀ ସୁନାନୀ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏକଦା ଶାନ୍ତି ଏବଂ ସଂହତିର ପ୍ରତୀକ ଥିଲା, କିନ୍ତୁ ବିଜେପି ସରକାର ଗଠନ ପରେ ଜାତି ଏବଂ ଧର୍ମର ନାମରେ ହିଂସା ବୃଦ୍ଧି ପାଇଛି। ସେ କହିଛନ୍ତି, “ଗଞ୍ଜାମର ଧରକୋଟରେ ଦୁଇ ଦଳିତ ଯୁବକଙ୍କୁ ଗୋ-ରକ୍ଷା ନାମରେ ନିର୍ଯ୍ୟାତନା ଦିଆଗଲା, ଯେଉଁମାନେ ନିଜ ଝିଅର ବିବାହ ପାଇଁ ଗାଈ କିଣି ଆଣୁଥିଲେ। ବାଲେଶ୍ୱରରେ ଏକ ଶ୍ରମିକଙ୍କୁ ହତ୍ୟା କରାଗଲା କାରଣ ସେ ଗୋ-ପରିବହନ କରୁଥିବା ଟ୍ରକ୍‌କୁ ସାହାଯ୍ୟ କରିଥିଲେ।” ଏହା ସହ ଭଦ୍ରକ, ବାଲେଶ୍ୱର ଏବଂ କଟକରେ ସାମ୍ପ୍ରଦାୟିକ ଦଙ୍ଗା, ମସଜିଦ୍ ଉପରେ ଆକ୍ରମଣ ଏବଂ ନବରଙ୍ଗପୁର, ମାଲକାନଗିରି ଓ ଗଜପତିରେ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭାରେ ଆକ୍ରମଣର ଉଲ୍ଲେଖ କରାଯାଇଛି, ଯେଉଁଥିରେ ତିରିଶରୁ ଅଧିକ ଲୋକ ଆହତ ହୋଇଛନ୍

ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏହି ଚିଠି ଉପରେ କ’ଣ ପ୍ରତିକ୍ରିୟା ଆସିବ ତାହା ପରବର୍ତ୍ତୀ ସମୟରେ ଜଣାଯିବ, କିନ୍ତୁ ଏହା ରାଜ୍ୟରେ ସାମ୍ପ୍ରଦାୟିକ ସଂହତି ଉପରେ ନୂଆ ବିତର୍କ ସୃଷ୍ଟି କରିଛି।ଶ୍ରୀ ସୁନାନୀଙ୍କ ଏହି ଚିଠି ଦଳିତ ଆଦିବାସୀ ପଛୁଆବର୍ଗ ଓ ଅଳ୍ପସଂଖ୍ୟକ ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜର ମାନବାଧିକାର ସୁରକ୍ଷା କରିବ ବୋଲି ଆଶା କରାଯାଉଛି ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧର ବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!