କଳାହାଣ୍ଡି ମାଟି ଛୁଇଁଲା ସ୍ୱଦେଶୀ ସଂକଳ୍ପ ରଥ
ନର୍ଲା, ସର୍ଗିଗୁଡ଼ା ରେ ସ୍ୱଦେଶୀ ସଂକଳ୍ପ ଯାତ୍ରା ରଥକୁ ଭବ୍ୟ ସ୍ବାଗତ, ପଥ ପ୍ରାନ୍ତ ସଭାରେ ଆତ୍ମ ନିର୍ଭର ନିର୍ମାଣ ସ୍ୱଦେଶୀ ଆପଣାଇବା ପାଇଁ ଆହ୍ବାନ ଓ ସଂକଳ୍ପ ପାଠ
ନର୍ଲା – ଏକ ସଶକ୍ତ ସମୃଦ୍ଧ ଆତ୍ମ ନିର୍ଭର ଭାରତ ନିର୍ମାଣ ପାଇଁ ପ୍ରତି ଘରେ ସ୍ୱଦେଶୀ ଆପଣାଇବା ଆହ୍ଵାନ l ସ୍ଵଦେଶୀ ଜାଗରଣ ମଞ୍ଚ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ପକ୍ଷରୁ ଏକ ସ୍ୱଦେଶୀ ସଂକଳ୍ପ ରଥଯାତ୍ରା ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜିଲ୍ଲାରୁ ବାହାରି ମାଲକାନଗିରି, ରାୟଗଡ଼ା ଜିଲ୍ଲା ଅତିକ୍ରମ କରି ଆଜି ନର୍ଲା ପହଞ୍ଚିବା ପରେ ରେଳ ଫାଟକ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସ୍ବାଗତ କରି ସର୍ଗି ଗୁଡ଼ା ପ୍ରହରୀ ମଣ୍ଡପ ସମ୍ମୁଖରେ ପହଞ୍ଚିବା ପରେ ମାତୃ ଶକ୍ତି ଓ ଗ୍ରାମ ବାସୀଙ୍କ ଦ୍ଵାରା ଧୂପ ଦୀପ ପୁଷ୍ପାର୍ଚ୍ଚନ ସହିତ କରିବା ପରେ କଳାହାଣ୍ଡି ବିଭାଗ ସଂଯୋଜକ ନକୁଳ ନାୟକଙ୍କ ସଂଯୋଜନାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ଘରେ ଘରେ ସ୍ୱଦେଶୀ ଆପଣାଇବା ସହିତ ଏକ ସଶକ୍ତ ଓ ସମୃଦ୍ଧ ଆତ୍ମ ନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଇଥିଲେ l ନର୍ଲା ବିକାଶ ପରିଷଦର ସଭା ପ୍ରଦୀପ କୁମାର ନାଏକ ନିଜ ବକ୍ତବ୍ୟ ସ୍ୱଦେଶୀ ଜାଗରଣ ମଞ୍ଚ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ସ୍ୱଦେଶୀ ଗ୍ରହଣ ଓ ବିଦେଶୀ ବର୍ଜ୍ଜନ ପାଇଁ ଆହ୍ବାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ, ପ୍ରାନ୍ତ ବିଚାର ପ୍ରମୁଖ ରବି ନାରାୟଣ ମିଶ୍ର, ପ୍ରାନ୍ତ ପୂର୍ଣ୍ଣକାଳୀନ ଅଭୟ ପ୍ରସାଦ ଜେନା, ରତିକାନ୍ତ ଭାଇ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ, ବ୍ଲକ ସଂଯୋଜକ ଅଜୟ ନନ୍ଦ, ସହ ସଂଯୋଜକ ନୀଳକଣ୍ଠ ବେହେରା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଯୁଗ୍ମ ସମ୍ପାଦକ ଅଜୟ ନାଏକ, ହିନ୍ଦୁ ଜାଗରଣ ମଞ୍ଚର ପ୍ରଫୁଲ୍ଲ ନାଗ ମିଶନ ଶକ୍ତିର ଜୟନ୍ତୀ ମିଶ୍ର ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ l ଶେଷରେ ସ୍ୱଦେଶୀ ସଂକଳ୍ପ ପାଠ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ପରେ ରଥକୁ ବଲାଙ୍ଗୀର ଅଭିମୁଖେ ଯାତ୍ରା ପାଇଁ ବିଦାୟ ଦେଇଥିଲେ l
