ଜିଲ୍ଲା

ହ୍ୟୁମାନିଟି ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ ……

ରାଉରକେଲା, (ଏକେଏନ ନିୟୁଜ): ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖରେ ହେବାକୁ ଥିବାବେଳେ ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଦିପ୍ତୀ ବିଶ୍ବାଳ ସୁନ୍ଦରାୟ , ସମ୍ପାଦିକା ଲୀନା ତ୍ରିପାଠୀ ଓ ପ୍ରତିଷ୍ଠାତା ତଥା ଉପଦେଷ୍ଟା ବିଜୟ ସୁନ୍ଦରାୟ ଓ ଅନ୍ୟମାନେ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଅନୁଷ୍ଠାନ ଦୀର୍ଘ ୪ ବର୍ଷ ହେବ ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଆସୁଛି। ତେବେ ଗତବର୍ଷ ବାର୍ଷିକୋତ୍ସବ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଦ୍ବିତୀୟ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖ ଦିନ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ସହରର କିଛି ସାମାଜିକ ସଂଗଠନ, ଆର୍ମୀ ସଦସ୍ୟ, ରକ୍ତଦାତା, ବିଦ୍ୟାଳୟ ତଥା କଲେଜର ଟପର, ସଂଗୀତକାର, ସାରସ୍ଵତ ସାଧକ ଓ କିଛି ଦିବ୍ୟାଙ୍ଗ ଙ୍କୁ ହୁଇଲ ଚେୟାର,ଆଶା ବାଡ଼ି ସହ ଚଳିତ ବର୍ଷ ସମ୍ବଲପୁରର ଡାକ୍ତର ଶଙ୍କର ରାମଚନ୍ଦାନୀ ଙ୍କୁ ହ୍ୟୁମାନିଟି ସେବା ସମ୍ମାନ ୨୦୨୫ ରେ ସମ୍ମାନିତ କରାଯିବ। ଏହାସହ ଭୁବନେଶ୍ୱର, ବଡ଼ବିଲ, ରେଢ଼ାଖୋଲ,ଛତିଆ, କଟକ, ସମ୍ବଲପୁର,ପୁରୀ ଓ ବାରିପଦା ଅଞ୍ଚଳର ପ୍ରାୟ ୧୫ ଜଣ ସମାଜସେବୀଙ୍କୁ ସମ୍ମାନିତ କରାଯିବ । ସେହିପରି ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟଅତିଥି, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଜ୍ଞା ପରମିତା ଦାସ,ଗ୍ରେସି ଡେଭିଡ, ଶୁଭଶ୍ରୀ ସ୍ବାଇଁ, ଅନୁପମା ଆଚାର୍ଯ୍ୟ, କାର୍ତ୍ତିକ ରାଉତ, ସଂଗ୍ରାମ ପତି, ଶୁଭଲକ୍ଷ୍ମୀ ପାତ୍ର, ଶଶିଲତା ହୋତା, ରଶ୍ମିତା ମଲ୍ଲିକ, ପ୍ରିୟଙ୍କା ପାଣି, ଜ୍ୟୋତିର୍ମୟ ଆଚାର୍ଯ୍ୟ,ଗରିମା ପତ୍ରି, ବିପିନ ପାଢ଼ୀ, ସୁବାସ ଚନ୍ଦ୍ର କୁଅଁର, ସୁମିତ୍ରା ନାୟକ, ସ୍ନିଗ୍ଧା ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!