ଜିଲ୍ଲା

ରାଷ୍ଟ୍ରୀୟ ଯୁବ ଦିବସରେ ସ୍ୱଦେଶୀ ସଂକଳ୍ପ ଦୌଡ଼ ସବୁ ଘରେ ସ୍ୱଦେଶୀ ପ୍ରତି ଘରେ ସ୍ୱଦେଶୀ ପାଇଁ ଦୌଡ଼ ମାଧ୍ୟମରେ ସନ୍ଦେଶ ଓ ସଂକଳ୍ପ

ଭବାନୀପାଟଣା – ସ୍ୱଦେଶୀ ଆଧାରରେ ବିକଶିତ ଭାରତ ନିର୍ମାଣ ପାଇଁ ସମଗ୍ର ଦେଶରେ ବିଶ୍ୱବିଜୟୀ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ୧୨ ଜାନୁଆରୀ ରାଷ୍ଟ୍ରୀୟ ଯୁବ ଦିବସ ଠାରୁ ୨୩ ଜାନୁଆରୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି l ଏହି କ୍ରମରେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଠାରେ ଅନୁଷ୍ଠିତ ସ୍ୱଦେଶୀ ସଂକଳ୍ପ ଦୌଡ଼ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ବବିତା ପାତ୍ର, ଅଧ୍ୟକ୍ଷା, ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ l ମୁଖ୍ୟ ବକ୍ତା ମେଜର ଡ. ଜୟଦେବ ସାହୁ, ଉପ କୂଳ ସଚିବ, ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ, ଭବାନୀପାଟଣା କଳାହାଣ୍ଡି, ସମ୍ମାନିତ ଅତିଥି ଶ୍ରୀମତୀ କଳ୍ପନା ଲେଙ୍କା, ସଦସ୍ୟା, ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା, ଶ୍ରୀ ଜୟନାରାୟଣ ବାବୁ, ବିଭାଗ ସଂଘଚାଳକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଳାହାଣ୍ଡି ବିଭାଗ ଯୋଗ ଦେଇଥିଲେ l ସ୍ଵଦେଶୀ ସଂକଳ୍ପ ଦୌଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ଓ ମୁଖ୍ୟବକ୍ତା ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଉପ କୂଳ ସଚିବ ଜୟଦେବ ସାହୁ ଉଦ୍ୟମିତା, ବିକେନ୍ଦ୍ରୀକରଣ ଓ ସହକାରିତା ସହିତ ସ୍ବରୋଜଗାର ଆପଣାଇବା ଓ ସ୍ୱଦେଶୀ ବ୍ୟବହାର ନିମନ୍ତେ ଆହ୍ଵାନ ଦେଇଥିଲେ l ପ୍ରାନ୍ତ ସଂପର୍କ ପ୍ରମୁଖ ପ୍ରତୀକ ଯୋଷୀ ସ୍ୱଦେଶୀ ସଂକଳ୍ପ ପାଠ କରାଇ ଥିଲେ l ବିଭାଗ ସଂଯୋଜକ ନକୁଳ ନାୟକଙ୍କ ସଂଯୋଜନାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ, ସ୍ୱଦେଶୀ ମେଳା ସଦସ୍ୟା ଗୁରପ୍ରୀତ କୌର, ଭାଜପା ଜିଲ୍ଲା ଉପାଧ୍ୟକ୍ଷା ସନ୍ତୋଷୀ ଦାସ, ନିରୁପମା ନାଏକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଭାଜପା ନେତ୍ରୀ ସୋଭାଗିନୀ ପାତ୍ର, ଶର୍ମିଷ୍ଠା ନାୟକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର, ପରିଚାଳନା ସମିତି ସଭାପତି ଦୀନବନ୍ଧୁ ମୁଣ୍ଡ, ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ, ଆଚାର୍ଯ୍ୟ ଅୟସକାନ୍ତ ପତି, ଆଚାର୍ଯ୍ୟ ଡି. ବରେଣ୍ୟ, ଟୁନା ସେନାପତି ବ୍ରଜ ବିହାରର ଛାତ୍ର, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଛାତ୍ର ଓ ଇ-ଦୋସ୍ତିର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l ସାମୁହିକ ବନ୍ଦେ ମାତରମ୍ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l ଦୌଡ଼ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ୍ ପକ୍ଷରୁ ସୁରକ୍ଷା ବାହିନୀ ମୃତୟନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!