କଳାହାଣ୍ଡି ଲେଖିକା ସଂଘ ର କର୍ମ କର୍ତ୍ତା ଚୟନ।
କଳାହାଣ୍ଡି ଲେଖିକା ସଂଘ ର କର୍ମ କର୍ତ୍ତା ଚୟନ।
ଂଂ
କଳାହାଣ୍ଡି ଲେଖିକା ସଂଘ ର କର୍ମ କର୍ତ୍ତା ଚୟନ ପ୍ରକ୍ରିୟା ଭବାନୀ ପାଟଣା ସ୍ଥିତ ବ୍ରଜ ବିହାର ଶିଶୁ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି।
ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମ ଟିରେ ସମସ୍ତ ଙ୍କୁ ସ୍ବାଗତ ଜଣାଇ ଥିଲେ ସମ୍ପାଦିକା କଳ୍ପନା ରଥ।ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ ସଂଘର ବରିଷ୍ଠ ଉପଦେଷ୍ଟା ସଂଘମିତ୍ରା କାନୁନଗୋ।
ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ କବି ସୁଷମା ମୁଣ୍ଡ ସର୍ବସମ୍ମତିକ୍ରମେ ସଭାପତି ଭାବେ କବି ସୁଦେଷ୍ଣା ପଣ୍ଡା ଉପ ସଭାପତି ଭାବେ ଲୀନା ଦାସ ସମ୍ପାଦିକା ଭାବେ କଳ୍ପନା ରଥ ସହ ସମ୍ପାଦିକା ଭାବେ ମିନତି ପ୍ରଧାନ ଏବଂ ଦୀପ୍ତି ମୁଣ୍ଡ ତଥା କୋଷାଧ୍ୟକ୍ଷ ଭାବେ ସବିତା ଶତପଥୀ ଙ୍କୁ ମନୋନୀତ କରାଗଲା। ଧନ୍ଯବାଦ ଅର୍ପଣ କରିଥିଲେ ମିନତି ପ୍ରଧାନ।
ସମସ୍ତ କର୍ମକର୍ତ୍ତାଗଣ ନିଜ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଶପଥ ଗ୍ରହଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ୩୦ରୁ ଉର୍ଦ୍ଧ୍ବ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।
ବରିଷ୍ଠ ସଦସ୍ୟା ହେମଲତା ବେଗମ, ସୁଚିସ୍ମିତା ରଥ, ତନୁଶ୍ରୀ ମିଶ୍ର,ନିକିତା ଆଚାର୍ଯ୍ୟ, ସୁମତି ମୁଣ୍ଡ, ରଶ୍ମି ରାଣୀ ରଥ, ଆନନ୍ଦିନୀ ପାତ୍ର, ପ୍ରେମ ଶୀଳା ବେହେରା, ସୁଷମା ମୁଣ୍ଡ, ସୁଜାତା ଠାକୁର, ମନୋରମା ପାତ୍ର, ସବିତା ଦାସ, ନୁପୁର ପଟ୍ଟନାୟକ, ବନଶ୍ରୀ ଦାସ, ସୌଦାମିନୀ ଭୋଇ, ସୁସ୍ମିତା ମହାପାତ୍ର, ଅର୍ଚ୍ଚନା ମିଶ୍ର, କବିତା ମୁଣ୍ଡ, ସନ୍ଧ୍ଯା ରାଣୀ ବେହେରା,ସୁଚିସ୍ମିତା ରଥ, ସ୍ବର୍ଣ କାନ୍ତି ବୈକାର,ସୁରଲତା ପାତ୍ର, ନିବେଦିତା ମହାନ୍ତି, ବିଳାସିନୀ ମହାପାତ୍ର ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।