ଭବାନୀପାଟଣା ଶ୍ରୀ ଶ୍ରୀ ଶ୍ରୀ ବାବା ଜଳେଶ୍ଵର ମନ୍ଦିରର ନୂତନ କମିଟି ଗଠିତ।
ଶ୍ରୀ ଯୁକ୍ତ ରାମଶଙ୍କର ଦାସ।( ସଭାପତି)
ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ବିଷି ଯାଦବ। ( ସାଧାରଣ ସମ୍ପାଦକ)
ଭବାନୀପାଟଣା ଗତ ତା ୨.୧୧.୨୦୨୫ ରିଖ ଦିନ ଭବାନୀପାଟଣା ସହର ନୁଆପଡା ୱାର୍ଡ ନମ୍ବର ୧ ସ୍ଥିତ ବାବା ଜଳେଶ୍ଵର ମନ୍ଦିରର ସୁପରିଚାଳନା ନିମନ୍ତେ ମନ୍ଦିର ପରିସରରେ ସଭାପତି ଶ୍ରୀ ଯୁକ୍ତ ରାମଶଙ୍କର ଦାସ ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ହୋଇଯାଇଛି। ବୈଠକରେ ବାବା ଜଳେଶ୍ଵର ମନ୍ଦିରର ବିଭିନ୍ନ ବିଷୟରେ ଆଲୋଚନା ହେବା ସହିତ ଏକ ନୂତନ କମିଟି ଗଠନ କରି କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ଶ୍ରୀ ଯୁକ୍ତ ରାମଶଙ୍କର ଦାସ, ଉପସଭାପତି ଭାବେ ଶ୍ରୀ ଯୁକ୍ତ ତ୍ରିଲୋଚନ ମହାପାତ୍ର, ଶ୍ରୀ ଯୁକ୍ତ ସଚ୍ଚିଦାନନ୍ଦ ସାହୁ। ସାଧାରଣ ସମ୍ପାଦକ ଭାବରେ ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ବିଷି ଯାଦବ। ଯୁଗ୍ମ ସମ୍ପାଦକ ଭାବରେ ଶ୍ରୀ ଯୁକ୍ତ ରବିନ୍ଦ୍ର ଲାଲ ଯାଦବ, ଶ୍ରୀ ଯୁକ୍ତ ଚିନ୍ମୟ ମିଶ୍ର। କୋଷାଧ୍ୟକ୍ଷ ଭାବେଶ୍ରୀ ଯୁକ୍ତ ସତ୍ୟ ନାରାୟଣ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟକାରୀ ସଦସ୍ୟ ଭାବରେ ଶ୍ରୀ ଯୁକ୍ତ ଦିଲିପ କୁମାର ମୁଣ୍ଡ, ଶ୍ରୀ ଯୁକ୍ତ ଦୁଃଖି ଶ୍ୟାମ ଥାନାପତି, ଶ୍ରୀ ଯୁକ୍ତ ମହେନ୍ଦ୍ର ସାହୁ, ଶ୍ରୀ ଯୁକ୍ତ ନବୀନ ମିଶ୍ର, ଶ୍ରୀ ଯୁକ୍ତ ପ୍ରମୋଦ ବେହେରା, ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ମିଶ୍ର, ଶ୍ରୀ ଯୁକ୍ତ ବିଭୂତି ଭୂଷଣ ମିଶ୍ର, ଶ୍ରୀ ଯୁକ୍ତ ଅକ୍ଷୟ ମାଝୀ, ଏବଂ ଉପଦେଷ୍ଟା କମିଟିର ସଭ୍ୟ ଭାବରେ ଶ୍ରୀ ଯୁକ୍ତ ବିଭୂତି ଭୂଷଣ ଦେଓ, ଶ୍ରୀ ଯୁକ୍ତ ରବିନ୍ଦ୍ର ଭୂଷଣ ସାହୁ, ଶ୍ରୀ ଯୁକ୍ତ କୃଷ୍ଣ ଅବତାର ଦେଓ, ଶ୍ରୀ ଯୁକ୍ତ ଦୁର୍ଗା ମାଧବ ପାଢ଼ୀ, ଶ୍ରୀ ଯୁକ୍ତ ଲୋକନାଥ ସାହୁ, ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଗତ୨୦୧୯ ମସିହାରେ କରୋନା ଲାଗି ରହିଥିଲା ସେହି ବର୍ଷ ପୁରୁଣା କମିଟିର କର୍ମକର୍ତ୍ତା ମାନଙ୍କର କାର୍ଯ୍ୟ କାଳପୁରି ଯାଇଥିଲା। ସେହି ସମୟରେ କାର୍ଯ୍ୟ କାରିଣୀ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ପୁଣି ଆସନ୍ତା ୨୦୨୫ ମସିହା ପର୍ଯ୍ୟନ୍ତ ସେହି କମିଟିକୁ ୫ ବର୍ଷ ପାଇଁ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବା ପାଇଁ ସର୍ବ ସମ୍ମତି ରେ ନିଷ୍ପତ୍ତି ନିଆଯାଇଥିଲା। କାରଣ ଏହି ସମୟ ମଧ୍ୟରେ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ କରାଯାଉଥିବାରୁ ନୂତନ କମିଟି ଗଠନ ନକରି ସେହି ପୁରୁଣା କମିଟି ଦାୟିତ୍ଵ ତୁଲାଇବବୋଲି ସର୍ବ ସମ୍ମତି ରେ ନିଷ୍ପତ୍ତି ନିଆଯାଇଥିଲା।
