ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟ ରେ ଦୁଇଦିନ ଧରି ରେଡ୍ କ୍ରସ ଦିବସ ପାଳିତ

ତା ୦୧/୧୨/୨୫ ରିଖ ଧର୍ମଗଡ
ସ୍ଥାନୀୟସ୍ନାତକ ମହିଳା
ମହାବିଦ୍ୟାଲୟ ପରିସରରେ ରେଡ କ୍ରସ୍ ତରଫରୁ ବିଶ୍ଵ ଏଡ଼ସଦିବସ ପାଳିତ ହୋଇଯାଇଛି। ଏହି ମର୍ମରେ ଛାତ୍ରୀ ମାନଙ୍କ ଏକ ବିଶାଳ ରେଲି ଅନୁଷ୍ଟିତ ହୋଇଥିଲା। ଛାତ୍ରୀମାନେ ଏଡ଼ସ କୁ କିପରି ରୋକା ଯାଇ ପାରିବ ସେ ବିଷୟ ନେଇ ବିଭିନ୍ନ ପ୍ରକାର ସ୍ଲୋଗାନ ସହ ସହର ପରିକ୍ରମା କରିଥିଲେ ।ପରେ ପରେ ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡା ଙ୍କ ସଭା ପତିତ୍ଵରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଟିତ ହେଇଥିଲା ।୧/୧୨/୨୫ ଦିନ ଓଡ଼ିଆ ବକୃତା, ପ୍ରବନ୍ଧ ,ଏବଂ ୨/୧୨/୨୫ ଦିନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇ କୃତିତ୍ଵ ଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ରେଡକ୍ରସ ଦାୟିତ୍ଵ ରେ ଥିବା ଅଧ୍ୟାପିକା ଶ୍ରୀମତୀ ପଦ୍ମାଳୟା ଦଣ୍ଡସେନା ଛାତ୍ରୀମାନଙ୍କୁ ଏକ ଯୁଟହେଇ ସାହସିକତା ସହ ବଞ୍ଚିବା ଦରକାର୍ ବୋଲି ଉତ୍ସାହିତ କରିଥିଲେ ।ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲି ,ସରୋଜ କୁମାର ମେହେର , ସୁଜାତା ମହାନ୍ତି,, ଝରଣା ପ୍ରଧନୀ , ସନ୍ଧ୍ୟା ବାରିକ , କୁମୁଦିନୀ ନାଏକ , ରୋଜଲିନ ଚିହ୍ନାରା ସହଯୋଗକରିଥିଲେ ।

ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଓଡିଆ ଅଧ୍ୟାପକ ଶ୍ରୀ ଜୟଦ୍ରଥ ସୁନା ।