ଚିଲିକା ଗାନ୍ଧୀ ଉଦୟ ନାଥ ଜେନାଙ୍କ ୧୨୩ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ।
ଚିଲିକା ଗାନ୍ଧୀ ଉଦୟ ନାଥ ଜେନାଙ୍କ ୧୨୩ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଚାରିଛକ ବଜାର ଉଦୟ ନାଥ ଷ୍ଟାଡିୟମ ଠାରେ ଚିଲିକା ପାରିକୁଦ ଅଞ୍ଚଳର ପ୍ରବାଦ ପୁରୁଷ ଜନନାୟକ କର୍ମବୀର ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ଚିଲିକା ଗାନ୍ଧୀ ସ୍ବର୍ଗତ ଉଦୟ ନାଥ ଜେନାଙ୍କ ୧୨୩ ତମ ଜୟନ୍ତୀ ସମାରୋହ ୩୫ ମୌଜା ପରିଚାଳନା କମିଟି ଆନୁକୂଲ୍ୟରେ ଓ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମାଝୀ ଙ୍କ ପୌରହିତ୍ୟ ରେ ଓ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସ ଙ୍କ ସମ୍ପାଦନାରେ ଜୟନ୍ତୀ ସମାରୋହ ୩୦/୦୪/୨୦୨୬ ଗୁରୁବାର ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଯୋଗ ଦେଇ ଚିଲିକା ଗାନ୍ଧୀ ସ୍ବର୍ଗତ ଉଦୟ ନାଥ ଜେନାଙ୍କ ବିଷୟରେ ଅନେକ ଗୁଡ଼ିଏ ଶୁ ତଥ୍ୟ ପ୍ରଦାନ କରିବା ସହିତ ସେ ଏକ ସୁନ୍ଦର କଥା କହିଥିଲେ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସ ଙ୍କ ସହିତ ସାକ୍ଷାତ ହେବା ପରେ ଗାନ୍ଧୀ ଏବଂ ଗୋପବନ୍ଧୁ ଉଦୟ ନାଥ ଙ୍କୁ ଏକ ଭଲ ମଣିଷ ହୋଇପାରିବ ବୋଲି ପ୍ରେରଣା ଦେଇଥିଲେ । ଏବଂ ସମ୍ମାନିତ ଅତିଥି ଭାବେ କୃଷ୍ଣ ପ୍ରସାଦ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଅଧିକାରୀ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପ୍ରଧାନ , ଶ୍ରୀଯୁକ୍ତ ରାମଚନ୍ଦ୍ର ବୈରୀ ଗଞ୍ଜନ ସଭାପତି ୨୪ ମୌଜା ପଞ୍ଚଦୋଳ କମିଟି ,ଶ୍ରୀଯୁକ୍ତ ଦୀନବନ୍ଧୁ ଜେନା , କାର୍ଯ୍ୟକାରୀ ସଭାପତି ପାରିକୁଦ ମହୋତ୍ସବ କମିଟି , ସାଂସଦଙ୍କ ପ୍ରତିନିଧି ଶ୍ରୀ ହରିହର ଦାସ ମୁଖ୍ୟ ବକ୍ତା ଭାବେ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଜେନା ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତୀ ପ୍ରଭାତୀ ପ୍ରଧାନ , ସମାଜ ସେବୀ ଶ୍ରୀ ବିଜୟ କୁମାର ତରେଇ ଓ ଶ୍ରୀ ଶ୍ରୀ କମଳେଶ୍ଵର ଦେବଙ୍କ ୩୫ ମୌଜା ପରିଚାଳନା କମିଟି ସମସ୍ତ ସଭ୍ୟ ବୃନ୍ଦ କାର୍ଯ୍ୟ ପରିଚାଳନାରେ ସହୋଯୋଗ କରିଥିଲେ ଏବଂ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ ସିଂହାର ପୂର୍ବତନ ସମ୍ପାଦକ ୩୫ ମୌଜା ପରିଚାଳନା କମିଟି ମଞ୍ଚ ପରିଚାଳନା କରିଥିବା ବେଳେ ପାରିକୁଦ ତଥା କୃଷ୍ଣ ପ୍ରସାଦ ବ୍ଲକ ରୁ ଅନେକ ଉଦୟ ନାଥ ପ୍ରେମୀ ଯୋଗ ଦେଇ ଜୟନ୍ତୀ ସମାରୋହ ର ଶୋଭା ବର୍ଦ୍ଧନ କରିଥିଲେ । ଏବଂ କୃଷ୍ଣ ପ୍ରସାଦ ଗଡ ର ଶ୍ରୀ କୁନା ପ୍ରଧାନଙ୍କ ଭାରତ ଲୀଳା ର ଦ୍ୱାରି ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା ଓ ସେ ମହାଶୟଙ୍କୁ ୩୫ ମୌଜା ପରିଚାଳନା କମିଟି ପକ୍ଷରୁ ମାନ୍ୟବର ସାଂସଦ ଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।
ତତ୍ ସହିତ ଚିଲିକା ଗାନ୍ଧୀ ସ୍ବର୍ଗତ ଉଦୟ ନାଥ ଜେନାଙ୍କ ୧୨୩ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଗୀତା ଗୋବିନ୍ଦ ସଦନ ଭୁବନେଶ୍ୱର ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ Akn news