ଜିଲ୍ଲା

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ଵରୀ, କଳାହାଣ୍ଡି ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ l

ଭବାନୀପାଟଣା – ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ଵରୀ, କଳାହାଣ୍ଡି ଶାଖା ପକ୍ଷରୁ ଓ ଟି ଟି ପ୍ଲାଟ୍ ଫର୍ମ ନଭେମ୍ବର ୭, ୮ ଓ ୯ ରେବା, ମଧ୍ୟପ୍ରଦେଶ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଅଧିବେଶନରେ ପାରିତ ଓ ଟି ଟି ପ୍ଲାଟ୍ ଫର୍ମ ର ସାମଗ୍ରୀ ଉପରେ ଆଇନ ପ୍ରଣୟନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଅଧ୍ୟକ୍ଷ ଜଗଦୀଶ୍ୱର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ବାଳ ବିକାଶ ବିଦ୍ୟାପୀଠର ସଭାପତି ଜଗଦୀଶ ପଣ୍ଡା, ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ସଂଯୋଜକ ମନୋଜ କୁମାର ନାୟକ ଓ କାର୍ଯ୍ୟକାରିଣୀ ସଦସ୍ୟା ଦୀପ୍ତି ମୁଣ୍ଡ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶୁଭେଚ୍ଛୁ ଗୋପବନ୍ଧୁ ପଣ୍ଡା ଉପସ୍ଥିତ ଥିଲେ l ଓ ଟି ଟି ପ୍ଲାଟ୍ ଫର୍ମ ଏବଂ ଗେମିଂ ଆପରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସାମଗ୍ରୀ ଉପରେ ପରୀକ୍ଷା ନିରୀକ୍ଷା, ଆଇନ ପ୍ରଣୟନ ଓ ବର୍ଗୀକରଣ ପାଇଁ ଶାସନ ଦ୍ଵାରା ଏକ ସଶକ୍ତ୍ତ , ସ୍ୱାୟତ୍ତ ବିଧେୟକ ନିୟାମକ ସଂସ୍ଥାର ଗଠନ କରାଯାଉ l ଡିଜିଟାଲ ମାଧ୍ୟମରେ ପ୍ରସ୍ତୁତ ଯେକୌଣସି ଦୃଶ୍ୟ, ସମ୍ବାଦ, ଅଥବା ବିଚାର ଯାହା ଭାରତର ସାମ୍ବିଧାନିକ ଗରିମା, ଧାର୍ମିକ ଆସ୍ଥା, ସାଂସ୍କୃତିକ ମୂଲ୍ୟବୋଧ ଅଥବା ସାମାଜିକ ମର୍ଯ୍ୟାଦା ଏବଂ ସନାତନ ପରମ୍ପରାକୁ ଆହତ କରୁଛି ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଉ l କିଶୋର ଓ ଯୁବ ବର୍ଗ ଙ୍କ ପାଇଁ ଉପଯୁକ୍ତ ସାମଗ୍ରୀର ବୟସ ଆଧାରରେ ନିୟନ୍ତ୍ରଣ ଆଇନ କୁ ଅନିବାର୍ଯ୍ୟ କରାଯାଉ l ଯାହା ମଞ୍ଚ ବା ଅଶ୍ଲିଳତା, ହିଂସା, ନିଶା କାରବାର, ବିକୃତ ଜୀବନ ମୂଲ୍ୟର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ବିରୋଧରେ କଠୋର ଦଣ୍ଡାତ୍ମକ ଆଇନ ପ୍ରଣୟନ ହେଉ l ଭାରତୀୟ ଭାଷାଗୁଡିକର ଓ ସଂସ୍କୃତି ର ସମ୍ବର୍ଦ୍ଧନ ପାଇଁ ଭାରତୀୟ ଜୀବନ ମୂଲ୍ୟ ଉପରେ ଆଧାରିତ ଵୈପ୍ଲବିକ ମନୋରଞ୍ଜନ ମାଧ୍ୟମକୁ ପ୍ରୋତ୍ସାହିତ କରାଯାଉ l

 

ସମ୍ପାଦିକା ସୁଦେଷ୍ଣା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଓ ଟି ଟି ସାମଗ୍ରୀ ଉପରେ କଟକଣା ନିମନ୍ତେ ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ପ୍ରସ୍ତାବ ପାରିତ କରାଯାଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!