ଓଡିଶା ଖବର

କଳାହାଣ୍ଡି ଜିଲ୍ଲାସ୍ତରୀୟ ପରାକ୍ରମ ଶୋଭାଯାତ୍ରାରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଯୋଗଦାନ

ଭବାନୀପାଟଣା,(AKN NEWS):ଭବାନୀପାଟଣାସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲାସ୍ତରୀୟ ପରାକ୍ରମ ଶୋଭାଯାତ୍ରାରେ ଅନେକ ସ୍ୱେଚ୍ଛାସେବୀ ସହ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଉକ୍ତ ଶୋଭାଯାତ୍ରାରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଓ ମାତୃଭୂମି ପ୍ରତି ମମତା ସୃଷ୍ଟି କରିବାର ଏକ ସୁଯୋଗ ପ୍ରଦାନ କରିଛନ୍ତି। ଏହି ବିଶାଳ ପରାକ୍ରମ ଶୋଭାଯାତ୍ରାରେ ବୀର ସହିଦ୍ ମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଦେବା ସହ ଭାରତୀୟ ସୁରକ୍ଷା ବଳକୁ ଧନ୍ୟବାଦ ଦେବା ସହ ପ୍ରୋତ୍ସାହିତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତଥା ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍‌ଏସ୍‌ଏସ୍ ଭୁବନେଶ୍ୱର ତରଫରୁ ବର୍ତ୍ତମାନ ମହାବିଦ୍ୟାଳୟସ୍ତରୀୟ ସିଭିଲ୍ ସୁରକ୍ଷା ବଳ ପ୍ରସ୍ତୁତି କରିବାର ପଞ୍ଜିକରଣ ଚାଲୁଥିବା ବେଳେ ଏହି ଶୋଭାଯାତ୍ରା ସେମାନଙ୍କୁ ଆହୁରି ପ୍ରେରଣା ଦେବା ସହ ଆଗାମୀ ଭାରତର ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ଆହୁରି ମଜବୁତ୍ କରିବ। ଏହି ଶୋଭାଯାତ୍ରାରେ ସ୍ଥାନୀୟ ସାଂସଦ ମାଲବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ସହ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ, ବିଏସ୍‌ଏଫ୍ ଓ ପୋଲିସ ଅଧିକାରୀ, ସାଧାରଣ ଜନତା, ଯୁବକ ଯୁବତୀ ପ୍ରମୁଖ ଯୋଗଦେଇ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ। ଏହି ସଫଳ ଶୋଭାଯାତ୍ରା ପାଇଁ ଅଧ୍ୟକ୍ଷ ଛବିଲାଲ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!