ଓଡିଶା ଖବର
ଏସଆଇ ବି.କେ. ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ

ବଲାଙ୍ଗୀର,(AKN NEWS):ବଲାଙ୍ଗୀର ସଦର ଥାନା ଏସ୍ଆଇ ବ୍ରଜକିଶୋର ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ପଣ୍ଡା ୨୦୧୭ ବ୍ୟାଚର ପୁଲିସ ଅଧିକାରୀ (ଏସଆଇ) ହୋଇଥିବା ବେଳେ ତାଙ୍କ ପ୍ରଥମ ପୋଷ୍ଟିଙ୍ଗ କଟକ ଜିଲ୍ଲାରେ ହୋଇଥିଲା। ପରେ ସେ ରାଉରକେଲା ଓ ସେଠାରୁ ବଲାଙ୍ଗୀର ଜିଲ୍ଲା କୁ ବଦଳି ହୋଇଛି। ଓଡ଼ିଶା ପୁଲିସ କର୍ମଚାରୀ ସଂଘ ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେବା ପରେ ଓଡ଼ିଶା ପୁଲିସ କର୍ମଚାରୀଙ୍କ ସମସ୍ତ ସୁବିଧା ଅସୁବିଧାରେ ଛିଡ଼ାହେବା, କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


