ଓଡିଶା ଖବର

ମୁଖ୍ୟ ଚିକିତ୍ସାଳୟ ତରଫରୁ ସହରାଂଚଳ ସ୍ୱର୍ଗଦ୍ୱାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ୱ ଉଚ୍ଚରକ୍ତ ଚାପ ଦିବସ ପାଳନ

ପୁରୀ(AKN NEWS):ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ସହରାଂଚଳ ସ୍ୱର୍ଗଦ୍ୱାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ୱ ଉଚ୍ଚରକ୍ତ ଚାପ ଦିବସ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନାରାୟଣ ପ୍ରସାଦ ନନ୍ଦ (ରୋଗ ନିଅନ୍ତ୍ରଣ) ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଏହି ଦିବସଟି ପାଳନର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ତେବେ ଉଚ୍ଚ ରକ୍ତ ଚାପ କହିଲେ ଆମେ ସାଧାରଣତଃ ଏହାକୁ ବ୍ଲଡ଼ ପ୍ରେସର ବୋଲି କହିଥାଉ ତେଣୁ ନିୟମିତ ବ୍ଲଡ଼ ପ୍ରେସର ପରିକରିବା, ଆବଶ୍ୟକାନୁଯାଇ ଲୁଣ ଖାଇବା, ଶାରୀରିକ ପରିଶ୍ରମ କରିବା ଏ ସବୁ ବିଷୟରେ ସେ ଉପସ୍ତିତ ସମସ୍ତଙ୍କୁ ଉପଦେଶ ଦେଇଥିଲେ | ଡା. ଯଶସ୍ବୀ କୁମାର ଦାସ (ଚିକିତ୍ସା ଅଧିକାରୀ-କେମୋଥେରାପି) ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରି କହିଥିଲେ ଯେ କିପରି ବର୍ତ୍ତମାନ ସମୟରେ ଅଧିକାଂଶଙ୍କ ଠାରେ ଅଜାଣତରେ ଉଚ୍ଚ ରକ୍ତଚାପ ରହିଥାଏ କିନ୍ତୁ ସଠିକ ସମୟରେ ଏହାର ପରୀକ୍ଷା ଏବଂ ଔଷଧ ସେବନ ଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖିପାରିବା ସେ ବିଷୟରେ ଜଣାଇଥିଲେ | ତେବେ ୩୦ ବର୍ଷରୁ ଅଧିକ ସମସ୍ତଙ୍କର ନିୟମିତ ବ୍ଲଡ଼ ପ୍ରେସର ପରୀକ୍ଷା କରିବା ନିହାତି ଦରକାର | ବେଳହୁଁ ସାବଧାନ ହେଲେହିଁ କେବଳ ଉଚ୍ଚ ରକ୍ତ ଚାପକୁ ଆୟତରେ ରଖିପାରିବ ଏବଂ ସରକାରୀ ଡାକ୍ତରଖାନା ରେ ଡାକ୍ତରଙ୍କ ପରମର୍ଶରେ ଔଷଧ ସେବନ କରି ସୁସ୍ଥ ଜୀବନ ଯାପନ କରିପାରିବା | ଡଃ ଶିଳ୍ପୀ ଦାଶ ଏପିଡେ଼ମିଓଲୋଜିଷ୍ଟ,ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଏବଂ ମନୋଜ କୁମାର ପଣ୍ଡା ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ),ସନ୍ଦୀପ ବରଣ ଓଝା ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର କାର୍ଯ୍ୟକ୍ରମରେ ଉପସ୍ଥିତ ଥଲେ । ପରିଶେଷରେ ସହରାଂଚଳ ଜନସ୍ୱାସ୍ଥ୍ୟ ପରିଚାଳକ ଶ୍ରୀ ପ୍ରଦୀପ କୁମାର ବରାଳ ଓ ଶ୍ରୀ ପ୍ରତୀକ ଶ୍ରୀଚନ୍ଦନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ |

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!