ଓଡିଶା ଖବର

*ସ୍ୱାଧୀନତା ଦିବସରେ ଅମୃତ ଅନୁଭୂତି ସଭା ଅନୁଷ୍ଠିତ* 

କୁନ୍ଦୁରା(AKN NEWS):କୁନ୍ଦୁରା ବ୍ଲକ ଅଧିନସ୍ଥ ବାଗଦେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେକ୍ସାକନାଡ଼ି ଠାରେ ଅମୃତ ଅନୁଭୂତି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମହିଳା ବିକାଶ ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ବୁଦାଇ ପୂଜାରୀ ସଭାପତିତ୍ଵ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ମୁଖ୍ୟ ବକ୍ତା ସାମାଜସେବୀ ରାଧା ପ୍ରସାଦ ପାତ୍ର, ସମ୍ମାନିତ ଅତିଥି ଭାବେ ତହସିଲଦାର ବିନୋଦ କୁମାର ନାଏକ, ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଡ.ରାଜେନ୍ଦ୍ର ପାଢ଼ୀ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ଛବିନ୍ଦ୍ର ରନ୍ଧାରୀ, ସଂସାଦ ପ୍ରତିନିଧି ଅମ୍ବୁ ପାତ୍ର, ସି ୱାଇ ଏସ୍ ଡି ଦକ୍ଷିଣ ଓଡ଼ିଶା କାର୍ଯ୍ୟକ୍ରମ ମୁଖ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଗତି ଅନୁଷ୍ଠାନ ଫିଲ୍ଡ ଅଫିସର ଅଭିଷେକ ମହାପାତ୍ର ପ୍ରମୂଖ ମଞ୍ଚାସୀନ ଥିଲେ l ସଙ୍ଗଠନ ଦ୍ଵାରା ଉପାନ୍ତ ପଞ୍ଚାୟତ ମାନଙ୍କରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳର ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାରେ କାର୍ଯ୍ୟ କରି ଆସୁଅଛି l ଆଜି ଥିଲା ଅନୁଷ୍ଠାନର ଅମୃତ ଅନୁଭୂତି ସଭା I ଏଥିରେ ଜଙ୍ଗଲ ଓ ପରିବେଶ, ଶିକ୍ଷା,ସ୍ୱାସ୍ଥ୍ୟ,ମନରେଗା,ସ୍ୱାୟତ୍ତ ଶାସନ, ସୂଚନା ଅଧିକାର ଓ ଜଙ୍ଗଲ ଜମି ଅଧିକାର ଆଦି ବିଷୟରେ ମଞ୍ଚାସୀନ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏଥିରେ ବ୍ଲକର ପ୍ରମୂଖ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ତହସିଲଦାର ବିନୋଦ କୁମାର ନାଏକ (ପ୍ରଜାଖାନା ସଂଶୋଧନରେ କୁନ୍ଦୁରା ତହସିଲ ରାଜ୍ଯରେ ଷଷ୍ଠ ସ୍ଥାନ ଅଧିକାର କରିଥିବାରୁ) ଅବସର ପ୍ରାପ୍ତ ଭାରତୀୟ ସ୍ଥଳ ବାହିନୀ ଯବାନ ବୃନ୍ଦାବନ ଜେନା, ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ, ସ୍ଵାଧୀନତା ସଂଗ୍ରାମୀ ସୁନ୍ଦର ନାୟକଙ୍କ ନାତି ମାଧବ ମୁଦୁଲି, ଧର୍ମ ସଂସ୍କାରକ ତଥା ସାମାଜସେବୀ ରାଧା ପ୍ରସାଦ ପାତ୍ର, ମହିଳା ମହାସଂଘ ପୂର୍ବତନ ସଭାନେତ୍ରୀ ବୁଦାଇ ପୂଜାରୀ,ଏବଂ ବାଗଦେରୀ ଜଗନ୍ନାଥ ମନ୍ଦିରର ପ୍ରଥମ ପୂଜାରୀ ଭଗବାନ ରଥ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ବାଗଦେରୀ ପଞ୍ଚାୟତ ଅଞ୍ଚଳର ୫୦ ଜଣ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ସହ ଆମ୍ବ ଚାରା ବଣ୍ଟନ କରାଯାଇଥିଲା l ସ୍ଥାନୀୟ ବିଭିନ୍ନ ସଂଗଠନ ମୁଖ୍ୟ,ବନରକ୍ଷୀ, ବନପାଳ,ସାମ୍ବାଦିକ,ୱାର୍ଡ଼ ସଭ୍ୟ,ସଭ୍ୟା,ଅଙ୍ଗନବାଡି କର୍ମୀ, ଆଶାକର୍ମୀ,ସ୍କୁଲ ଓ ଅଙ୍ଗନବାଡି ସହାୟିକା, ଶିକ୍ଷକ,ଏସ୍ ଏମ୍ ସି ସଭାପତି, ସି ଆର୍ ପି ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ବିଭିନ୍ନ ଖେଳରେ କୃତି ଯୁବତୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ତିନି ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗଦେଇଥିଲେ I ସଂଗଠନ ଉପଦେଷ୍ଟା ଚନ୍ଦ୍ର ସଗରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମ୍ପାଦିକା ସାବିତ୍ରୀ ଦୁରୁଆ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ସୁହାଳସିଂ, ସହ ଶିକ୍ଷକ ପ୍ରମୋଦ କୁମାର ମଲ୍ଲିକ, ସାମାଜ ସେବୀ ନାରାୟଣ ଭତରାଙ୍କ ସମେତ ଅଞ୍ଚଳବାସୀ ସୁକୁ ମୁଦୁଲି, ରଘୁରାମ ସାନ୍ତା, ନିତ୍ୟ ସାନ୍ତା, କୈଳାଶ ସାନ୍ତା, ଚନ୍ଦନ ସାନ୍ତା, ମଞ୍ଜୁଳା ସାନ୍ତା, ମୁକ୍ତା ସାନ୍ତା ଏବଂ ରାଧି ସାନ୍ତା ପ୍ରମୁଖ ସହଯୋଗ କରିଥିଲେ I

କୁନ୍ଦୁରା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!