ବଡ଼ମୁଣ୍ଡାଲୋଈ ଆଶ୍ରମ ସ୍କୁଲ୍ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

କୁଚିଣ୍ଡା(AKN NEWS):କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁ ଜମନକିରା ଗ୍ରାମ ପଞ୍ଚାୟତ ର ବଡ଼ ମୁଣ୍ଡା ଲୋଇ ସରକାରୀ ଉଚ୍ଚ (ଆଶ୍ରମ) ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁକ ଦେବ ସାହୁ ଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେହେର ଙ୍କ ସାହିତ୍ୟ ପରି ତାଙ୍କର ଜୀବନ ଦର୍ଶନ ରେ ମଧ୍ୟ ବିଭେଦ ନ ଥିବାରୁ ସେ ଆଜି ବେଶ୍ ଲୋକ ପ୍ରିୟ ବୋଲି କହିଥିଲେ ।ତାଙ୍କ ସାହିତ୍ୟରେ ପ୍ରକୃତି କିପରି ଜୀବନ୍ତ ତାହା ସଉଦାହରଣ ବୁଝାଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଗଗନ ଶର୍ମା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ବିରେନ୍ଦ୍ର ପଟେଲ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।ଶେଷରେ ସ୍କୁଲ ପରିଚାଳନା କମିଟି ସଭାପତି ଦୁଃଖ ବନ୍ଧୁ ବାଦି ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ପବିତ୍ର ପଧା ନ,ପୂର୍ବତନ ଲ୍ୟାମ୍ପ ସଭାପତି ଅଛଟ ନାଏକ ଓ ପ୍ରମୋଦ କୁମାର ପଟେଲ ପ୍ରମୁଖ ମଞ୍ଚସିନ ରହି ଗଙ୍ଗାଧର ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


