ସମାଜସେବୀ ସ୍ବର୍ଗତ ପ୍ରଦୀପ ଦଳେଇଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ସଭା

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମର ବରିଷ୍ଠ ସମାଜ ସେବୀ ସ୍ବର୍ଗତ ପ୍ରଦୀପ କୁମାର ଦଳେଇ ଜଣେ ମିଷ୍ଟ ଭାଷୀ ପରପୋକାରୀ ଓ ସରଳ ନିରିହ ନିଷ୍କପଟ ଓ ଉଦାର ହୃଦୟର ଜଣେ ବ୍ୟକ୍ତି ଥିଲେ ତାଙ୍କର ସର୍ବଦା ପ୍ରସନ୍ନ ବଦନ ଓ ମିଠା କଥା ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ସେ ବହୁ ଅଭାବ ଅନାଟନ ମଧ୍ୟରେ ଚଳି ମଧ୍ୟ ନିଜ ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରିଥିଲେ । ଏଭଳି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇ ନନ୍ଦଳା ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ତାଙ୍କର ଏକମାତ୍ର ପୁଅ ଅଭିଷେକ ଏବଂ ସାନ ଭାଇ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଙ୍କ ନେତୃତ୍ବରେ ଏକ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମାନସିଂହଙ୍କ ଦାୟାଦ ତଥା ବରିଷ୍ଠ କବି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବିଶୋଇ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୁକୁଳି ସାର ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଗ୍ରାମର ସଭାପତି ତଥା ଶିକ୍ଷକ ଦାମୋଦର ତରେଇ , ସରପଞ୍ଚ ଶ୍ରୀମତୀ ସବିତା ବିଶ୍ଵାଳ, କବି ଓ ସାମ୍ବାଦିକ ଶ୍ରୀ ମନୋଜ କୁମାର ବାରିକ ସାନ ଭାଇ ଟିକି, ବିରଞ୍ଚି, ଏବଂ ଝିଅ ନମିତା,ଅମିତା ଶର୍ମିଷ୍ଠା , ପୁଅ ଅଭିଷେକ ବନ୍ଧୁ ଓ ପରିବାର ବର୍ଗ ଙ୍କ ସହିତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ବର୍ଗତ ପ୍ରଦୀପ ଦଳେଇଙ୍କ ଫୋଟ ଚିତ୍ରରେ ଧୂପ ଦୀପ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ନୀରବ ପ୍ରାର୍ଥନା କରିଥିଲେ । ତତ୍ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଧ୍ରୁବ ଚରଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଏବଂ ସ୍ଥାନୀୟ କବି କଳାକାର ମାନେ ଆସି ସ୍ମୃତି କବିତା ପାଠ କରିଥିଲେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା । ପରି ଶେଷରେ ଧ୍ରୁବ ଚରଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


