
ଜାତୀୟ ପ୍ରେସ ଦିବସ ଅବସର ରେ ୮ ଜଣ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ
ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ ): ଜାତୀୟ ପ୍ରେସ ଦିବସ ଅବସର ରେ ଓ ଜେ ୟୁ କଳାହାଣ୍ଡି ଶାଖା ଓ କର୍ଲା ମୁଣ୍ଡା ବ୍ଲକ ପ୍ରେସ କ୍ଲୁବ ର ମିଳିତ ଆନୁକୂଲ୍ୟରେ କର୍ଲାମୁଣ୍ଡା ବ୍ଲକ ଜୋରାଡବରା ସ୍ଥିତ ଶାନ୍ତିବନ ଠାରେ ପ୍ରେସ ଦିବସ ପାଳିତ ହୋଇ ଯାଇଛି।ଓ ଜେ ୟୁ ଜିଲ୍ଲା ସଭାପତି ନିରୋଜ ପଟନାୟକ ଅଧକ୍ଷତାକରିଥିବା ବେଳେ ବରିଷ୍ଠ ସାମ୍ବାଦିକ ନରୋତମ ସେଲମା ମଞ୍ଚ ପରିଚାଳନା କରିଥିଲେ।
ଯୁବନେତା ନୀଳମାଧଵ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବି ପଦ୍ମ ଲୋଚନ ମିଶ୍ର ମୁଖ୍ୟବକ୍ତା,କର୍ଲାମୁଣ୍ଡା ବ୍ଲକ ତହସିଲଦାର ଅରୁଣ ବାର୍ଗେ,ଜ଼ିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ ସମାନ୍ନୀତ ଅତିଥି ଭାବେ ଯୋଗ ଦେଇଥିଲେ.
ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାପାତ୍ର,ବିକାଶ ଷଡ଼ଙ୍ଗୀ, ସନ୍ତୋଷ ପ୍ରଧାନ, ସୁଧୀର ଗୋପାଳ,ମଧୁ ସିନ୍ଦୁର,ନବୀନ ସାହୁ,ସତ୍ୟ କୁମାର,ସଂଜୀବ ଦାସ ପ୍ରମୁଖ ସାମ୍ବାଦିକ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା.ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।


