ଓଡିଶା ଖବର

ସ୍ଵୟଂ ସହାୟକ ଦଳର ମହିଳାମାନେ ସମାଜ ପରିବର୍ତ୍ତନ ର ସାରଥୀ ହେବା ଦରକାର

ସ୍ଵୟଂ ସହାୟକ ଦଳର ମହିଳାମାନେ ସମାଜ ପରିବର୍ତ୍ତନ ର ସାରଥୀ ହେବା ଦରକାର

ନବରଂଗପୁର,(AKN NEWS ): ନବରଂଗପୁର ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବାନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭା ଗୃହ ଠାରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ବ୍ଲକର ମହିଳା ସ୍ଵୟଂ ସହାୟକ ଦଳର ମହାସଂଘର ସଭାପତି ଓ ସମ୍ପାଦିକା ମାନଙ୍କ ଙ୍କୁ ନେଇ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ରେ ପ୍ରଥମ ଥର କରି ଅନୁଷ୍ଠିତ ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ମହିଳା ମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତି ହେବା ଯେତିକି ଜରୁରୀ , ସାମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ଵାସ ଦିଗରେ ଅଧିକ ସଚେତନ ହେବା ନିତ୍ୟାନ୍ତ ଜରୁରୀ । ସ୍ଵୟଂ ସହାୟକ ଦଳ ର ସମସ୍ତ ସଭ୍ୟା ମାନେ ସମାଜ ପରିବର୍ତ୍ତନ ର ସାରଥୀ ହେବା ଦରକାର । ସମାଜର ସମସ୍ତ ବର୍ଗର ମହିଳା , କିଶୋର କିଶୋରୀ ତଥା ସବୁ ବର୍ଗର ଲୋକଙ୍କୁ ସଚେତନତା କରାଇବାରେ ସ୍ୱୟଙ୍ଗ ସହାୟକ ଗୋଷ୍ଠୀର ମହିଳା ମାନଙ୍କର ଏକ ଗୁରୁ ଦାୟିତ୍ଵ ରହିଛି ବୋଲି ମତବ୍ୟକ୍ତ କରିବା ସହିତ କିଶୋର କିଶୋରୀ ମାନଙ୍କୁ ଅଧିକରୁ ଅଧିକ ଦକ୍ଷତା ବିକାଶ ଶିକ୍ଷାରେ ସାମିଲ କରାଇ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରାଇବା ପାଇଁ ଉପସ୍ଥିତ ଥିବା ଏମେ.ବି.କେ ଓ ସିଆରପି ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲାରେ ଅନ୍ଵେଷା ଅଭିଯାନ ଜରିଆରେ ଜିଲ୍ଲାର ସମସ୍ତ ଜାତି ସମାଜ , ପଞ୍ଚୟାତ ରାଜ ପ୍ରତିନିଧି , ସ୍ୱୟଙ୍ଗ ସହାୟକ ଗୋଷ୍ଠୀ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ବାଲ୍ୟବିବାହକୁ ରୋକିବା ଦିଗରେ ଗ୍ରାମ ଗୁଡିକରେ ସଚେତନ କରାଯାଇ ଗତ ୨୦୨୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୯୨୨ ଟି ବାଲ୍ୟ ବିବାହକୁ ରୋକାଯିବା ସହିତ ୨୬୪ ଟି ରାଜସ୍ୱ ଓ ୬୧୭ଟି ପଡା ଗ୍ରାମ କୁ ମିଶାଇ ମୋଟ ୮୮୧ ଟି ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ। ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ବୈଠକରେ ଉପସ୍ଥିତ ଥିବା ୧୦ ଟି ବ୍ଲକସ୍ତରୀୟ ସ୍ଵୟଂ ସହାୟକ ମହାସଂଘର ସଭାପତି ଓ ସମ୍ପାଦିକା ମାନେ ଜିଲ୍ଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା , ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମଳୟ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ୍ତ କୁମାର ନାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ଶୁଭଦର୍ଶନି , ଜିଲ୍ଲା ନିଯୋଜନଅଧିକାରୀ ଆନନ୍ଦ ପଲାଇ ,ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ,ବାଲ୍ୟବିବାହ ନିଷେଧ ଅଧିକାରୀ ଏସେ ଗୀତା, ଯମୁନା ଭତ୍ରା , ସଞ୍ଜୁକ୍ତା ବେହେରା , ସସ୍ମିତାବାଳା ମହାନ୍ତି ,ଗୀତା ମିଶ୍ର , ବିରଜା ମୋହିନୀ ପାଙ୍ଗି , ବିନୀତା ଜେଠି, ମିନତୀ ବେହେରା , ଜିଲ୍ଲା ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟ ବିବାହ ର ସମାପ୍ତ ଦିଗରେ ସ୍ଵୟଂ ସହାୟକ ମହାସଂଘର ସଭାପତି ଓ ସମ୍ପାଦିକାଙ୍କର ଭୂମିକା ଓ ସାମାଜିକ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ମହିଳା ସୁରକ୍ଷା ଅଧିକାରୀ ପ୍ରେମାଞ୍ଜଳି ପତି ଧନ୍ୟବାଦ ଅର୍ପଣ କରିଥିଲେ ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!