କେନ୍ଦ୍ରୀୟ ବିଦ୍ୟାଳୟ ଅନୁରୂପ ଜମନକିରା ,ବାମରା ଓ ଯୁଯୁମୁରାରେ ବି ଏକଲବ୍ୟ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବାକୁ ଦାବୀ ପତ୍ର ପ୍ରଦାନ

ଜମନକିରା(AKN NEWS): କୁଚିଣ୍ଡା ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପା ଧାନ ଅସ୍ଥାୟୀ ସ୍ଥାନ କୁ ଉଦଘାଟନ ଓ ସ୍ଥାୟୀ ସ୍ଥାନରେ ଗୃହ ନିର୍ମାଣ ର ଶୁଭ ପ୍ରଦାନ କୁ ବହୁ ବରିଷ୍ଟ ନାଗରିକ ଓ ଆଦିବାସୀ ନେତା ଗଣ ସ୍ଵାଗତ କରିଛନ୍ତି ।
ଏଥି ପାଇଁ ଦେଢ଼ ବର୍ଷ ତଳେ ତାଙ୍କୁ ଏହି ନେତା ଗଣ ଏଥିପାଇଁ ଦାବିପତ୍ର ଦେଇଥିବା ସୂଚନା ଦେଇ ଏହା ପୁରଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।ଅନୁରୂପ ଭାବରେ ଚାରି ବର୍ଷ ତଳୁ କେନ୍ଦ୍ର ସରକାର ଅନୁମତି ଦେଇ ଥିଲେ ବି ବାମରା ,ଜମନ କିରା ଓ ଯୁଯୁମୁରା ବ୍ଲକ୍ ରେ ଚଳିତ ବର୍ଷ ରେ କେନ୍ଦ୍ରୀୟ ବିଦ୍ୟାଳୟ ଅନୁରୂପ ଅସ୍ଥାୟୀ କେମ୍ପସ ଚୟନ କରି ଉଦଘାଟନ କରିବା ଓ ବାମରା ବ୍ଲକ ର ଗୃହ ନିର୍ମାଣ ଶେଷ ହୋଇ ଆସିଥିବାରୁ ତାକୁ ଉଦଘାଟନ ତଥା ଜମନକିରା ଓ ଯୁଯୁମୁରା ର ସ୍ଥାନ ନିରୂପଣ ସାରିଥିବାରୁ ଶିଳାନ୍ୟାସ କରିବାକୁ ସମ୍ବଲପୁର ର ସଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ ଧାନ ଙ୍କୁ ଏକ ସ୍ମାରକ ପତ୍ର ଦେଇ ଦାବି କରାଯାଇଛି ।କେନ୍ଦୁପତ୍ର ବିଭାଗ ଫରେଷ୍ଟ ଗେଷ୍ଟୀ ହାଉସ ଉପର ମହଲ ରେ ଏହି ଦାବି ପତ୍ରେ ଦିଆଯାଇଥିଲା ।ଦାବିପତ୍ର ରେ ପୂର୍ବତନ କଲେଜ୍ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ,ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କର କିସା ନ ,ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ,ଜମନକିରା ର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟା ଜେମା ଦେଇ ମାଝି, କିଶାନ ସମାଜ ଜିଲ୍ଲା ସଭାପତି ପଞ୍ଚାନନ ପ୍ରଧାନ ଙ୍କ ସମେତ ବହୁ ଆଦିବାସୀ ଜନତା ସ୍ୱାକ୍ଷର କରିଥିବା ବେଳେ ଉପଖଣ୍ଡ ଓ ଯୁଯୁମୁରାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ସାମାଜିକ କର୍ମୀ ଗଣ ଉପସ୍ଥିତ ଥିଲେ ।
ଲିପନ ନାଏକ AKN NEWS


