କୋଶଲ୍ ଆନ୍ଦୋଳନ ର ମହାପ୍ରଭାବ

କୋଶଲ୍ ଆନ୍ଦୋଳନ ର ମହାପ୍ରଭାବ
ବଲାଙ୍ଗୀର,(ଏକେଏନ୍ ନ୍ୟୁଜ୍)18 / 11 /2023: ଶନିବାର ଦିନରେ
ବଲାଙ୍ଗୀର ଜିଲ୍ଲା ର ଆଖପାଖ ଅଞ୍ଚଳ ତଥା ପାଟଣାଗଡ଼ ଉପଖଣ୍ଡ ବେଲପଡା, ଲାଠୋର, ଖପ୍ରାଖୋଲ, ଜୁରିଆ ଲରମ୍ଭା ଚାରିଆଡେ ହାହାକାର ଦେଖିବାକୁ ମିଲୁଛି କାହାମନରେ ଟିକେବେ ଶାନ୍ତି ନାହିଁ ! ଗାଁ, ଗାଁରେ ଦୁକାନ୍ ବଜାର୍ ବନ୍ଦ ଡାକରା ଦେଇଛି କୋଶଲ ସଂଗଠନ ମୁକ୍ତି ମୋର୍ଚା ! ପଶ୍ଚିମଓଡିଶାକୁ ଅଣଦେଖା କରୁଥିବା ଓ ପୂର୍ଵ ଓଡିଶାକୁ ଆଖି ଆଗରେ ରଖୀ କାର୍ଯ୍ୟକରି ଚାଲୁଥିବା ପଶ୍ଚିମଓଡିଶା କୋଶଲସେନା ଖୁଲା,ଖୁଲୀ ଅଭିଯୋଗ କରୁଥିବା ଦେଖିବାକୁ ବାରମ୍ବାର ମିଲୁଛି ! ପୂର୍ଵଓଡିଶାଠାରୁ ପଶ୍ଚିମଓଡିଶା ଅଲଗା ହେବା ପାଇଁ କୋଶଲ ସେନା ଉଗ୍ରରୂପରେ ଆଜି ରୋଡ଼ ରାସ୍ତାରେ ପ୍ରତିବାଦ କରୁଛି ! ଲୋକେ ଯିବାଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲୁଛି ! ବାରମ୍ବାର କୋଶଲ ସେନାର ପ୍ରତିବାଦ, ଆନ୍ଦୋଳନ ହେଉଥିଲେବି ସୁଦ୍ଧା ନା ସରକାରଙ୍କ ନିଦଭାଙ୍ଗୁଛି ନା ପଶ୍ଚିମଓଡିଶାକୁ ନୂତନ ରାଜ୍ୟ ଗଠନହେବା ସରକାରଙ୍କ ଆଗ୍ରହନଥିବା କୋଶଲ ସେନା ଆନ୍ଦୋଳନ ର ସିଧା ମୁଲ କାରଣ ପାଲଟିଛି।
ବଲାଙ୍ଗିର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ୍ ଏକେଏନ୍ ନ୍ୟୁଜ୍।


