ଓଡିଶା ଖବର

ଗୁଦ ଗୁଦା ସାହିତ୍ୟ ସଂସଦ ଉଦଘାଟିତ ,ଅର୍ଦ୍ଧ ଶତାଧିକ କବି ଙ୍କ କବିତା ପାଠ

କୁଚିଣ୍ଡା :(AKN NEWS): କୁଚିଣ୍ଡା ନିକଟ ବର୍ତ୍ତି ପତ୍ରାପାଲି ଗ୍ରାମରେ ନବ ଗଠିତ ଉପଖଣ୍ଡ ସ୍ତରୀୟ ସାରସ୍ଵତ ଅନୁଷ୍ଠାନ ଗୁଦ ଗୁଦା ସାହିତ୍ୟ ସଂସଦ ଉଦଘାଟିତ ହୋଇ ଯାଇଛି ।ଏହି ଉପଲକ୍ଷେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗୁଦ ଗୁଦା ପ୍ରାକୃତିକ ସୋନ୍ଦର୍ଯ୍ୟ ଓ ଏ ଅଞ୍ଚଳ ର ବିକାଶ ପାଇଁ ସଂସଦ ର ସଭ୍ୟ ଗଣ ଲେଖନୀ ଚାଳନା କରନ୍ତୁ ବୋଲି ଆହ୍ବାନ ଦେଇ ଥିଲେ ।ଏହି ସଂସଦ ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଝାରସୁଗୁଡ଼ା ର କବି ପ୍ରେମ ସାଗର ଡେହେରିଆ ଓ ଦେବଗଡର କବି ବିପିନ ବିହାରୀ ପୃଷ୍ଟି ମଧ୍ୟ ଭାଷଣ ଦେଇ ଏହି ସଂସଦ ଅବିଭକ୍ତ ସମ୍ବଲପୁର ଜିଲ୍ଲା ରେ ତାର ସାରସ୍ଵତ କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରିଥିଲେ ଏହି ଅବସରରେ କୁଚିଣ୍ଡା ଉପଖଣ୍ଡର ମାଟ୍ରିକ ଟପ୍ପର ବରୁଣ ପୃଷେଠ ଓ ଆଦର୍ଶ ଚାଷୀ ସୌଭାଗ୍ୟ କୁମାର ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ର ବରୁଣ ଙ୍କ ଅନୁପସ୍ଥିତିରେ ମାନପତ୍ର ,ଉତ୍ତରି ସହିତ ସାରସ୍ଵତ ପୁସ୍ତକ ଉପହାର କୁ ତାଙ୍କ ବାପା ଲୋକନାଥ ପୃଷେଠ ଗ୍ରହଣ କରିଥିଲେ ।ପ୍ରାରମ୍ଭରେ ସଂସଦର ସମ୍ପାଦକ ଶେଖର ବନମାଳୀ ନାମଦେଓ ସଂସଦ ଗଠନର ଇତିହାସ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ବସନ୍ତ ଚୌଧୁରୀ ଅତିଥି ପରିଚୟ ପ୍ରଦାନ ଓ ଉପସଭାପତି ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି କବିତା ଗୁଡ଼ିକ ସଂଯୋଜନା ମଧ୍ୟ କରିଥିଲେ ।ଏଥିରେ ଦେବଗଡ଼ ,ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳର ବିଶ୍ଵ ନାଥ ସାହୁ, ସୌଭାଗ୍ୟ ଚନ୍ଦ୍ର ପାତ୍ର, ରେବତୀ ନାଏକ,ସୁଶିଲ କୁମାର ମହାକୁଲ,ଲୋକ ନାଥ ବେହେରା, ଯତୀନ୍ଦ୍ର ପ୍ରଧାନ, ହେମନ୍ତ କୁମାର ପୃଷେଠ , ନନ୍ଦିନୀ ନାଏକ, ସବିତା ପଟେଲ, ପଦ୍ମିନୀ ବାଂକରା,ଖଗେଶ୍ବର ସେନାପତି, ପ୍ରଦୀପ୍ତ କୁମାର ପଟେଲ , ରଜନୀ ପଟେଲ, କୈଳାସ କୁମାର ଅଗ୍ରୱାଲ, ପରମେଶ୍ବର ପଟେଲ, ପ୍ରମୋଦ ନାଏକ ,ନଳିନୀ ନାଏକ ପ୍ରମୁଖ ଅର୍ଦ୍ଧ ଶତାଧିକ କବି ତାଙ୍କ ସ୍ବରଚିତ କବିତା ପାଠ କରିଥିଲେ । ଦ୍ଵିତୀୟ ଅଧିବେଶନରେ ସଂସଦର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଏହି ଅଞ୍ଚଳ ର ଶିକ୍ଷା ଓ ସାହିତ୍ୟ ର ଉନ୍ନତି ତଥା ଏ ଅଞ୍ଚଳ ର ପ୍ରତିଭା ଙ୍କୁ ସ୍ଵୀକୃତି ପାଇଁ ଉଦ୍ୟମ କରାଯିବ କୁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ଥିଲେ ।ଶେଷରେ ସଂସଦର ଯୁଗ୍ମ ସମ୍ପାଦକ ବିଶ୍ଵନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!