ଚର୍ଚ୍ଚାରେ ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ

କଳାହାଣ୍ଡି ଜିଲ୍ଲା(AKN NEWS):ଗୋଲାମୁଣ୍ଡା ବ୍ଲକ ରେ ବର୍ତ୍ତମାନ ବିଭିନ୍ନ ଜାଗାରେ ମହାଭାରତ ପରାୟଣ ଯଥା ଗଣ୍ଡାମର, ଧାମନ ପୁର,ଶୋଷିଆ ଆରମ୍ଭ ହୋଇଥିଲା ତା ୧୩ ଏପ୍ରିଲ ୨୦୨୫ ରେ ଆରମ୍ଭ ହୋଇଥିଲା ଓ ତା ୧୨ ମେ ୨୦୨୫ ରେ ଶେଷ ହୋଇଥିଲା , ।ପ୍ରଭୁ ଙ୍କ ପୂଜା କରିବା ସହ ହଜାର ହାଜର ଶ୍ରଦ୍ଧାଳୁ ମହାଭାରତ ପରାୟଣ ରେ ଦେଖିବାକୁ ମିଳିଥାଏ ଓ ପ୍ରତେକ ଦିନ ଶ୍ରଦ୍ଧାଳୁ ମାନଙ୍କୁ ଭୋଗ ମଧ୍ୟ ବ୍ୟବସ୍ଥା କରିବା ଦେଖିବାକୁ ମିଳିଛି ।
ଏହି ମହାଭାରତ ପରାୟଣ ପୁରାଣ ଶୁଣିବା ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ।କାରଣ ପ୍ରଭୁଙ୍କ ମହାଭାରତ ଶୁଣିବା ଦ୍ଵାରା ମନକୁ ଶାନ୍ତି , ଶ୍ରଦ୍ଧା,ଭକ୍ତି ଜାଗୃତ ହୋଇଥାଏ । ଏହି ପରିପେଖିରେ ବରିଷ୍ଠ ସମାଜ ସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ ଗରିବ ନିରୀହ ବୃଦ୍ଧ ଅସହାୟ ଙ୍କୁ ଗୋଲାମୁଣ୍ଡା ବ୍ଲକ୍ ର ଗଣ୍ଡାମେର,ସୋଷିଆ , ଧାମନପୁର ରେ ହୋଇଥିବା ମହାଭାରତ ପରାୟଣ ରେ ଯାଇ ନିଜେ ,ଗୀତା ବହି , ଛତା,କମ୍ବଳ ,ବ୍ୟାଗ୍ ,ପାଣି ବୋତଲ ,ଥଣ୍ଡା ପାଣି ବଣ୍ଟନ କରିବା ସହ ସମସ୍ତ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ସହଯୋଗ କରି ଥିଲେ ଲୋକ ନାଥ ଟୋଲଟିଆ , ଧନୁଯ୍ୟ ବନ୍ଧି ଛୋଡ । ଶ୍ରୀ ଅଗ୍ରୱାଲ ସବୁ ବେଳେ ଚର୍ଚ୍ଚା ରେ ରହୁଥିବା ଦେଖିବାକୁ ମିଳୁଛି । ଯେଉଁଠି ଗରିବ ନିରୀହ ଙ୍କ ଦୁଃଖ ପଡ଼େ ଶୁଣିଲା ମାତ୍ରେକେ ଯାଇ ସହଯୋଗ ର ହାତ ବଢ଼େଇଥିବା ଦେଖିବାକୁ ମିଳିଥାଏ । ଶୀତ ଦିନରେ ଗରିବ ନିରୀହ କୁ ଶୀତ ବସ୍ତ୍ର ବଣ୍ଟନ କରିବା ଦେଖିବାକୁ ମିଳିଥାଏ ।ଖରା ଦିନରେ ଛତା ,ଚପଳ ,ପାଣି ବୋତଲ ବାଣ୍ଟି ଥିବା ଦେଖିବାକୁ ମିଳେ।
ଆଉ ଯେଉଁ କାମ ପ୍ରଶାସନ ଦ୍ଵାରା ହୋଇଥାଏ ତାହା ମଧ୍ୟ ପ୍ରଶାସନ କୁ ଅବଗତ କରି ତୁରନ୍ତ ତାର ସମାଧାନ କରିବା ପାଇଁ କହିଥାନ୍ତି । ସବୁ ବେଳେ ଗରିବ ନିରୀହ ସେବାର ଥିବା ସହ ରାସ୍ତା କଡ଼ରେ ସଡ଼କ ଦୁର୍ଘଟଣା ହେଉ ଅବା କୂଅରେ ବଳଦ ପଡ଼ି ଯାଇଥିବା ଏଭଳି ଖବର ଶୁଣି ସେ ତୁରନ୍ତ ସେହି ସ୍ଥାନ କୁ ସହଯୋଗ କରୁଥିବେ ଦେଖିବାକୁ ମିଳିଥାଏ ।ଏଭଳି ତାଙ୍କ ମହାନତା ଓ ସେବା କାର୍ଯ୍ୟ କୁ ଦେଖି ଗୋଲାମୁଣ୍ଡା ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରି ଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟAKN NEWS


