ଓଡିଶା ଖବର

ଜୁନାନି – ଫୁଲକୁଶମ ରାସ୍ତା କାର୍ଯ୍ୟ ରେ ଅନିୟମିତତା ନିମ୍ନମାନର କାର୍ଯ୍ୟ ପାଇଁ ଫାଟିବାକୁ ବସିଲାଣି କଲଭଟ 

ଜମନକିରା(AKN NEWS):ଜମନକିରା ଗ୍ରାମୀଣ ବିକାଶ କାର୍ଯ୍ୟାଳୟ ଅଧୀନରେ ଜୁନାନି ରେଙ୍ଗାଲ ବେଡା ଦେଇ କଲାପାଟ ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମ ବାସି ପୂର୍ବରୁ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ନିର୍ମାଣ ପାଇଁ ଜୁନାନି ଗ୍ରାମବାସୀଙ୍କୁ ଅନେକ ସଂଘର୍ଷ କରିଥିଲେ। ହେଲେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଅନିୟମିତତା ହେଉଥିବା ପୂର୍ବରୁ ଖବର କାଗଜରେ ପ୍ରକାଶିତ ହୋଇଥିବା ବେଳେ ଅଧିକାରୀଙ୍କ ଖାମଖିଆଲି ନିତି ଏବଂ ଠିକାଦାର ସହିତ ମଧୁ ଚନ୍ଦ୍ରିକା ଯୋଗୁଁ ଏହି ରାସ୍ତାରେ ନିର୍ମାଣ ହେଉଥିବା ପ୍ରାୟ ୬ଟି କଲଭଟ ନିର୍ମାଣ କାର୍ଯ୍ୟ ପ୍ରାରମ୍ଭରୁ ଫାଟିବାକୁ ବସିଲାଣି। ଏପରିକି ଠିକାଦାର ପକ୍ଷରୁ ଶ୍ରୀ ନାମକ ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି ଏବଂ କଂକ୍ରିଟ ପାଇଁ ବ୍ୟବହାର କରାଯାଉଥିବା ବାଲି ମଧ୍ୟ ନିମ୍ନମାନର ପଙ୍କ କାଦୁଅ ବାଲି ବ୍ୟବହାର କରାଯାଉଛି। ଏପରିକି କଂକ୍ରିଟ ରେ ଡଷ୍ଟ ବ୍ୟବହାର କରି ସିମେଣ୍ଟ ର ମାତ୍ରା କମାଇ କଂକ୍ରିଟ କାର୍ଯ୍ୟ କରାଯାଉଥିବା ଜଣେ ଶ୍ରମିକ ପ୍ରକାଶ କରିଛନ୍ତି। ହେଲେ ଆଗକୁ ବର୍ଷା ଋତୁ ଥିବା ବେଳେ ଅଧିକାରୀଙ୍କ ଖାମ ଖିଆଲି ନୀତି ଯୋଗୁଁ ସାଧାରଣ ଜନତାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନି ତ ? ସେହିପରି ଗ୍ରାମବାସୀଙ୍କ କହିବା ଅନୁଯାଇ ଠିକାଦାର ପକ୍ଷରୁ ନିର୍ମାଣ ହୋଇଥିବା କଂକ୍ରିଟ କଲଭଟ ରେ ପାଣି ସିଞ୍ଚନ ମଧ୍ୟ କରାଯାଉ ନାହିଁ ଯାହା ଫଳରେ କଲଭଟ ର ସ୍ଥାଇତ୍ୱ କୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ଜମନକିରା ଗ୍ରାମୀଣ ବିକାଶ କାର୍ଯ୍ୟାଳୟ ପକ୍ଷରୁ ତଦାରଖ ପାଇଁ ନିୟୋଜିତ ଥିବା ଯନ୍ତ୍ରୀ ଏବଂ ଠିକାଦାର ଙ୍କ ସାଲାସୁତୁରା କରି ରାସ୍ତା ଏବଂ କଲଭଟ କାର୍ଯ୍ୟ ରେ ଅନିୟମିତତା କରି ନିମ୍ନମାନର କାର୍ଯ୍ୟ କରାଯାଇ ସରକାରି ଟଙ୍କା ର ଉପଯୋଗ ଜନକଲ୍ୟାଣ କାର୍ଯ୍ୟରେ ବ୍ୟବହାର ନ କରି ଠିକାଦାର ଏବଂ ଅଧିକାରୀଙ୍କ ପକେଟ ଗରମ ଚାଲିଛି। ଏ ସମ୍ପର୍କ ରେ ଜମନକିରା ଆରଡ଼ି ଅଧିକାରୀ ଅଶୋକ ଦାସ ଙ୍କୁ ପଚାରିବାରୁ ମୁଁ ଇନ୍ନୋଗ୍ରସେନ କାର୍ଯ୍ୟକ୍ରମରେ ଅଛି ପରେ କଥା ହେବି ବୋଲି ଫୋନ୍ କାଟିଦେଇଥିଲେ l

ଲିପନ ନାଏକ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!