ଓଡିଶା ଖବର

ପୁରୀ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ଗୃହ ଗୋଟିଏ ରଙ୍ଗର ହେବ

Both sides of the house of Puri Laddand will be of the same color

ପୁରୀ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ଗୃହ ଗୋଟିଏ ରଙ୍ଗର ହେବ
ପୁରୀ,(AKN NEWS) ୨୨/୧୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ପୂର୍ବରୁ ପୁରୀ ବଡଦାଣ୍ଡର ଉଭୟ ପାର୍ଶ୍ଵର ସରକାରୀ ଓ ବେସରକାରୀ ବିଲ୍ଡିଂ ଗୁଡିକ ଏକ ପ୍ରକାର ରଙ୍ଗରେ ଉଜ୍ଜ୍ୱଳ ଦିଶିବ।ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ପୁରୀ ଧାର୍ମିକ,ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରମୁଖ ସ୍ଥଳ ହୋଇ ଥିବାରୁ ଦୈନିକ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ଶ୍ରୀକ୍ଷେତ୍ର କୁ ଆସନ୍ତି।ସେମାନଙ୍କୁ ଭଲ ବ୍ୟବହାର ସହ ଏକ ସୁଖଦ ଅନୁଭବ ନେଇ ସେମାନେ ଯେପରି ପ୍ରତ୍ୟାବର୍ତ୍ତନ କରିବେ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ।ଆଗାମୀ ଜାନୁଆରୀ ୧୭ ତାରିଖରେ ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ କାର୍ଯ୍ୟକ୍ରମ ରହିଛି।ତାହା ପୂର୍ବରୁ ସହର କୁ ସୁନ୍ଦର କରିବା ସମସ୍ତ ଙ୍କ ଦାୟିତ୍ୱ।ତେଣୁ ବଡଦାଣ୍ଡର ଉଭୟ ପାର୍ଶ୍ଵର କୋଠାବାଡି କୁ ଏକ ପ୍ରକାର ରଙ୍ଗରେ ସରକାର ଙ୍କ ପକ୍ଷରୁ ସଜାଇବାର ବ୍ୟବସ୍ଥା କରାଯାଇଛି।ସମସ୍ତ ଜନ ସାଧାରଣ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।ଉପସ୍ଥିତ ସହର ର ବ୍ୟକ୍ତି ବିଶେଷ ଏହି କାର୍ଯ୍ୟରେ ଖୁସି ର ସହ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ଵାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ପୁରି ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!