ଓଡିଶା ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ର ଶୁଭାରମ୍ଭ

ପୁରୀ(AKN NEWS):ପୁରୀ ପୌରାଞ୍ଚଳରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ୨.୦ ର ଶୁଭାରମ୍ଭ ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଯୋଗ ଦେଇ ନିଜର ଘର ଟିଏ ସମସ୍ତଙ୍କ ସ୍ବପ୍ନ ଥାଏ ବୋଲି କହିଥିଲେ।ପର ପିଢ଼ି ପାଇଁ ଏହା ଏକ ସମ୍ବଳ।ଏହି ସ୍ବପ୍ନ କୁ ସାକାର ପାଇଁ ଆଜି ଠାରୁ ପୁରୀ ସହରାଞ୍ଚଳରେ ପ୍ରକ୍ରିୟା ଆରମ୍ଭ ହୋଇଛି।ଉପଯୁକ୍ତ ଆବେଦନକାରୀ ଅନଲାଇନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ପାଇଁ ଆବେଦନ କରିବେ।ଏଗୁଡିକ ଯାଞ୍ଚ ପରେ ସେମାନ ଙ୍କୁ କାର୍ଯ୍ୟାଦେଶ ଦିଆଯିବ।ତେଣୁ ଏହାକୁ ନିଷ୍ଠା ର ସହ,ନିଜେ ଶ୍ରମ ଦାନ କରି ନିଜର ଘର ଟିଏ ବନାନ୍ତୁ ଓ ତତସହିତ ନିର୍ଦ୍ଧାରିତ ୪ ମାସ ଓ ୬ ମାସ ମଧ୍ୟରେ କାର୍ଯ୍ୟ ସମ୍ପର୍ଣ୍ଣ କରି ଯଥାକ୍ରମେ ୨୦ ହଜାର ଓ ୧୦ ହଜାର ଅର୍ଥ ରାଶି ହାସଲ କରନ୍ତୁ ବୋଲି ଡା ପାତ୍ର ଆହ୍ବାନ ଦେଇଥିଲେ।ମାନ୍ୟବର ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସହରାଞ୍ଚଳ ର ଅନେକ ଲୋକ ବିନା ଘରରେ କାଳାତିପାତ କରୁଛନ୍ତି।ସେମାନଙ୍କ ପାଇଁ ଏହା ଏକ ସୁଯୋଗ।ଯୋଗ୍ୟତା ଅନୁସାରେ ହିତାଧିକାରୀ ଚୟନ ସହ ସେମାନ ଙ୍କୁ ସଚେତନ କରାଇବାକୁ ସେ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ସହରୀ ଆବାସ ପାଇଁ ଆବଶ୍ୟକୀୟ ନିୟମାବଳୀ ଓ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଆବେଦନକାରୀ ମାନେ ଭଲ ଭାବେ ଅବଗତ ହୋଇ ଆବେଦନ କରିବାକୁ ଅନୁରୋଧ କରିଥିଲେ।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ବାଗତ କରିଥିଲେ।ସୂଚନା ଦେଇ ସେ କହିଲେ ଯେ ଆବାସ ଯୋଜନା ୧.୦ ରେ ୨୩୮୧ ମଧ୍ୟରୁ ୧୯୦୮ ଘର ପୂର୍ଣ୍ଣାଙ୍ଗ ହୋଇ ଥିବା ବେଳେ ୧୭୮ ଘର ନିର୍ମାଣାଧିନ ଅଛି।ତେବେ ୨୯୫ କାର୍ଯ୍ୟାଦେଶ ପାଇବା ସତ୍ତ୍ବେ କାର୍ଯ୍ୟ ଆରମ୍ଭ କରୁ ନ ଥିବାରୁ, ବାରମ୍ବାର ନୋଟିସ ସତ୍ତ୍ଵେ ସହଯୋଗ କରୁ ନ ଥିବାରୁ ସେମାନ ଙ୍କୁ ଯୋଜନା ରୁ ବାଦ ଦିଆଯାଇଛି।ଚଳିତ ୨.୦ ପାଇଁ ବର୍ତ୍ତମାନ ସୁଦ୍ଧା ୮୦୦ ଆବେଦନ ମିଳିଛି ଓ ଯାଞ୍ଚ ହୋଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।ଏଥିରେ ଧାର୍ଯ୍ୟ ଲକ୍ଷ୍ୟ ନାହିଁ।ଯୋଗ୍ୟତା ଅନୁସାରେ ଆବେଦନ କରାଯାଇ ପାରିବ ବୋଲି ସେ ସୂଚନା ଦେଇଥିଲେ।ଏହି ଅବସରରେ ୪ ମାସ ମଧ୍ୟରେ ଗୃହ ପୂର୍ଣ୍ଣାଙ୍ଗ କରିଥିବାରୁ ୩ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଅତିଥି ମାନେ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସି ଓ ରେଶମା ମହାନ୍ତି ପରିଚାଳନା କରିଥିଲେ।ପୌରାଞ୍ଚଳର ଅନ୍ୟ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!