ଓଡିଶା ଖବର

ଲଥାକେନ୍ଧ ଠାରେ ବିଶ୍ୱାସେ ଦଳ ସମାଜ ଦ୍ୱାରା ଶ୍ରୀ ଶ୍ରୀ ନୃସିଂହମହା ପ୍ରଭୂ ଙ୍କ କଳସ ଯାତ୍ରା 

ବଲାଙ୍ଗୀର ଜିଲ୍ଲା(AKN NEWS):ବେଲପଡା ସଲଣ୍ଡି ଗ୍ରାମ ପଂଚାୟତ ଲଥାକେନ୍ଦ ଗ୍ରାମ ଠାରେ ବିଶ୍ୱାସେ ଦଳ ସମାଜ ର ଇଷ୍ଟ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କର ଜନ୍ମ ଚତୁର୍ଦ୍ଦଶୀ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ପୁରୁଷ ମହିଳା ଭକ୍ତ ମାନେ ମାର୍ଜାର କେଶରୀ ମହାପ୍ରଭୁ ଙ୍କର୍ ଆଶୀର୍ବାଦ ଦର୍ଶନ ପାଇଁ ଯୋଗଦାନ କରିଥିଲେ। ସନ୍ଧ୍ୟା ସାଢ଼େ ସାତଟା ସମୟରେ ପ୍ରଭୁଙ୍କର ପିତକନ୍ଧା ଭୋଗ ଅର୍ପଣ ପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ନୃସିଂହ ମହାପ୍ରଭୁ କୁ ଦର୍ଶନ ଲାଭ କାରୀ ଆନନ୍ଦ ଅନୁଭବ କରୁଥିଲେ। ପିତକନ୍ଦା ଭୋଗ ଅର୍ପଣ ପରେ ଭକ୍ତ ମାନେ ପ୍ରସାଦ ଅର୍ପଣ କରି ଆନନ୍ଦ ରେ ଅର୍ଣ୍ଣ ଭୋଗ ସେବନ କରି ରାତ୍ରୀରେ ସାଂସ୍କୃତିକ କର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଭୂମିଦାତା ପୂଜାରେ କର୍ତ୍ତା ଭାବରେ ଶ୍ରୀ ଯୁକ୍ତ ପବିତ୍ର ମାଝୀ ଧର୍ମପତ୍ନୀ ଶ୍ରୀମତୀ ପୁଢ଼ି ମାଝୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୂଜକ ଶ୍ରୀ ଯୁକ୍ତ ପରମେଶ୍ବର ଭୋଇ, ଠସ୍କର କୁଅଁର କରିଥିଲେ। ଶ୍ରୀ ଶ୍ରୀ ମାର୍ଜାର କେଶରୀ ମନ୍ଦିର ଟ୍ରଷ୍ଟ ର କର୍ମକର୍ତ୍ତା ଶ୍ରୀ ଯୁକ୍ତ ଟେଙ୍ଗୁନୁ ମାଝୀ ଗଦାଧର ଭୁଏ, ହେମନ୍ତ ମଲ୍ଲିକ,ଚନ୍ଦ୍ରମଣି ମାଝୀ, କାଶୀ ରାମ ମାଝୀ, ଚତୁର ମାଝୀ, ଦାୟିତ୍ଵ ନିର୍ବାହ କରିଥିବା ବେଳେ ଶାନ୍ତି ଶୃଙ୍ଖଳାରେ ବୈଶାଖ ଚତୁର୍ଦ୍ଦଶୀ ନୃସିଂହ ଜନ୍ମ ଉତ୍ସବ ପାଳନ ହୋଇଯାଇଅଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!