ଓଡିଶା ଖବର

*ସ୍ୱାଧିନତା ଦିବସରେ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ |ଭୋକିଲା ରହିଲେ ଛାତ୍ରଛାତ୍ରୀ ।*

ନବରଙ୍ଗପୁର (AKN NEWS):ସାରା ଦେଶ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସରକାରୀ ନିର୍ଦେଶକୁ ବିଦ୍ୟାଳୟ ଗୁଡିକରେ ଖୋଲାଖୋଲି ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି। ପାପଡାହାଣ୍ଡି ସଦର କ୍ଲଷ୍ଟରର କେତୋଟି ବିଦ୍ୟାଳୟରେ ଶୁକ୍ରବାର ଦିନ ପିଲାଙ୍କ ପାଇଁ ଭାତ ସହିତ ଅଣ୍ଡା ତରକାରୀ ରୋଷେଇ କରି ଖାଇବାକୁ ଦେବାପାଇଁ ସରକାରୀ ନିର୍ଦେଶ ରହିଥିବା ବେଳେ, ବିଦ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତୋଳନ ପରେ ପିଲାଙ୍କୁ କେବଳ ବିସ୍କୁଟ, ଚକଲେଟ ଦେଇ ଘରକୁ ପଠାଇ ଦେଇଥିବା ଜଣାପଡିଛି |ପାପଡାହାଣ୍ଡି ସଦର କ୍ଲଷ୍ଟର ବିଦ୍ୟାଳୟମାନଙ୍କରେ ଯଦି ଏହିପରି ସରକାରୀ ନିର୍ଦ୍ଦେଶ ନାମାକୁ ଖୋଲାଖୋଲି ଉଲଂଘନ କରାଯାଉଛି ତେବେ ବ୍ଲକର ଉପାନ୍ତ ଅଂଚଳରେ କିପରି ବିଦ୍ୟାଳୟ ମାନଙ୍କରେ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ଚାଲିଛି। ଏଥିରୁ ସ୍ପଷ୍ଟ ଅନୁମେୟ ପାପଡାହାଣ୍ଡି କଷ୍ଟରର କାଡୁଗୁଡା ପ୍ରାଥମିକ ବିଦ୍ୟାଳୟ, ଦିଶାରୀଗୁଡା ପ୍ରାଥମିକ ବିଦ୍ୟାଳୟ, ହରିଜନ ସାହି ପ୍ରାଥମିକ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପାପଡାହାଣ୍ଡିରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି |ଓଡିଶା ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲର ଛାତ୍ରୀଙ୍କ ପାଇଁ ରୋଷେଇ ହୋଇଥିବା ବେଳେ ବିଦ୍ୟାଳୟକୁ ପତାକା ଉତ୍ତୋଳନ ପାଇଁ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି |ଦେଖାଯାଉ, ବ୍ଲକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣା ଉପରେ ତଦନ୍ତ କରି କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଦେଖିବାକୁ ବାକିରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!