ପଶ୍ଚିମ ଓଡିଶା ବିଶା ଶହେ ହଳଦିଆ ତୈଲିକ ବୈଶ୍ୟ ସମାଜ ର

ପଶ୍ଚିମ ଓଡିଶା ବିଶା ଶହେ ହଳଦିଆ ତୈଲିକ ବୈଶ୍ୟ ସମାଜ ର
ଗାଇସିଲେଟ,(AKN NEWS) ତା 19/11/23:
ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାହାଲ ଭଟଲି ଅଂଚଳର ବାଘମୁଣ୍ଡ ଗ୍ରାମରେ ଚକ ସ୍ତରୀୟ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ବାହାଲ ଭଟଲି ଅଞ୍ଚଳ ସଭାପତି ବନମାଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ତାଲପାଲି ଅଞ୍ଚଳ ସଭାପତି ମନୋରଞ୍ଜନ ସାହୁ, ମୁଖ୍ୟ ବକ୍ତା ଭାବରେ ଶୀର୍ଷ ସଭ୍ୟ ଗୋପବନ୍ଧୁ ସାହୁ,ସମ୍ମାନୀତ ଅତିଥି ଭାବରେ ଅଁଳା ତଙ୍ଗା ଅଞ୍ଚଳ ସଭାପତି ନନ୍ଦ ସାହୁ, ଅଞ୍ଚଳ ସମ୍ପାଦକ ବଳରାମ ସାହୁ, ତାଲପାଲି ଅଞ୍ଚଳ ସମ୍ପାଦକ ତ୍ରିନାଥ ସାହୁ, ବାହାଲ ଭଟଲି ଚକ ସଭାପତି ଗୁଣନିଧି ସାହୁ, ସମ୍ପାଦକ ସଦାନନ୍ଦ ସାହୁ, ତାଲପାଲି ଚକ ସଭାପତି ଖଗେଶ୍ୱର ସାହୁ, ବରିହା ପୁଖାପାଣି ଚକ ସଭାପତି ପିତାମ୍ବର ସାହୁ, ବିଶିଷ୍ଟ ବ୍ୟକ୍ତି କରମଚାନ୍ଦ ସାହୁ, ମକରଧ୍ୱଜ ସାହୁ, ଗୋକୁଳ ସାହୁ, ରବି ସାହୁ, କେଚକେଚା ସାହୁ, ନାରାୟଣ ସାହୁ, ଶ୍ୟାମସୁନ୍ଦର ସାହୁ, ଶଙ୍କର ସାହୁ, ଫାଲ୍ଗୁନୀ ସାହୁ ଆଦିଙ୍କ ସମେତ ବିଭିନ୍ନ ଗ୍ରାମର ଗ୍ରାମ ସଭ୍ୟ ତଥା ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ହୋଇଥିଲେ l ବୈଠକର ପ୍ରାରମ୍ଭରେ ଅଞ୍ଚଳ କୋଷାଧକ୍ଷ ସତ୍ୟରାମ ସାହୁ ଙ୍କ ଦ୍ୱାରା ଜାତିର ଈଷ୍ଟ ଦେବୀ ଚଣ୍ଡୀ ସମଲେଇ ପାଟଣେଶ୍ୱରୀ ପୂଜନ କରାଯାଇଥିଲା l ବୈଠକରେ ବାଘମୁଣ୍ଡ ଚକ ସମ୍ପାଦକ ଶାନ୍ତନୁ କୁମାର ସାହୁ ସମସ୍ତଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ କରାଇଥିଲେ l ଏହା ପରେ ସଭାପତି ବନମାଳି ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ସହ ବୈଠକର ନିୟମାବଳୀ ଉପସ୍ଥାପନ କରିଥିଲେ l ବୈଠକରେ ଏକ ବର କନ୍ୟା ଙ୍କ ବିଚ୍ଛେଦ ଉପରେ ବିଶେଷ ଆଲୋଚନା ହେଲା l ଅନେକ ଉପଦେଶ ଓ ପରାମର୍ଶ ଦେଇ ବିଚ୍ଛେଦ ବର କନ୍ୟାଙ୍କୁ ପୁନଃ ମିଳନ କରାଇଦିଆଗଲା ଓ ବର କନ୍ୟାଙ୍କ ପିତା ମତାଙ୍କୁ ମଧ୍ୟ ବନ୍ଧୁମିଳନ କରାଇଦିଆଗଲା l ଏହା ସହ ଜନ୍ମ ମୃତ୍ୟୁ ବିବାହ ପଞ୍ଜିକରଣ ଓ ତେଲି ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସଭାପତି ଅନୁରୋଧ କରିଥିଲେ l ସଂଗଠନର ଦୃଢ଼ତା ସହ ସମାଜରେ ଶୃଙ୍ଖଳl ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l ଉପସ୍ଥିତ ଭଦ୍ରବ୍ୟକ୍ତି ମାନେ ନିଜ ନିଜ ସକାରାତ୍ମକ ମତ ପ୍ରଦାନ କରିଥିଲେ l ଏହା ସହ ସଭାପତି ବନମାଳୀ ସାହୁଙ୍କ ଦ୍ୱାରା ମନ୍ତ୍ର ପାଠ ସହ ଆଜିର କାର୍ଯ୍ୟକ୍ରମ ର ପରିସମାପ୍ତି ଘୋଷିତ ହୋଇଥିଲା l ଶେଷରେ ଶୃଙ୍ଖଳା ସହ ଚକ ସଭାପତି ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS


