ଜିଲ୍ଲା କୋର୍ଟ ରାସ୍ତା ର ଓବ୍ୟବସ୍ଥା କୁ ନେଇ ଓକିଲ ସଙ୍ଘ ସହିତ ବିଭାଗୀୟ ଅଧିକାରୀ ଙ୍କ ଆଲୋଚନା।

ଜିଲ୍ଲା କୋର୍ଟ ରାସ୍ତା ର ଓବ୍ୟବସ୍ଥା କୁ ନେଇ ଓକିଲ ସଙ୍ଘ ସହିତ ବିଭାଗୀୟ ଅଧିକାରୀ ଙ୍କ ଆଲୋଚନା।
ନବରଙ୍ଗପୁର,୨୨/୧୧(AKN NEWS): ନବରଙ୍ଗପୁର ଜିଲ୍ଲା କୋର୍ଟ ରାସ୍ତା ର ଅବ୍ୟବସ୍ଥା କୁ ନେଇ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ର ସଭାପତି ନରସିଂହ ନାଥ ତ୍ରିପାଠୀ ଙ୍କ ନିର୍ଦ୍ଧେଶ କ୍ରମେ ସମ୍ପାଦକ ଶ୍ରୀ ତପନ ସିଂ ଙ୍କ ନେତୃତ୍ୱ ରେ ଜିଲ୍ଲା ଓକିଲ ସଙ୍ଘ ର ସଦସ୍ୟ ସାକିବ ଆଲିସା, ସରୋଜ ବିଧାର ,ଅମର ବିଶୋଇ, ଯୁଧିଷ୍ଠିର ନାୟକ ଶ୍ରୀକାନ୍ତ କୁମାର ପଣ୍ଡା, ମୁନା ମାଝୀ , ଜୟଦେବ ବିଶୋଇ,, ପ୍ରମୁଖ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର ଙ୍କୁ ଭେଟି ଯଥାଶୀଘ୍ର ଜିଲ୍ଲା କୋର୍ଟ ରାସ୍ତା କୁ ନିର୍ମାଣ କରିବାକୁ ଦାବୀ ଜଣାଇଥିଲେ l ଏହି ରାସ୍ତା ପାଇଁ ଦୀର୍ଘ ଦିନରୁ ଦାବୀ ହେଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଶୁଣି ନ ଶୁଣିବା ଭଳି ଅଭିନୟ କରି ଚାଲିଛନ୍ତି। ଜନ ସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯିବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ଓକିଲ ସଂଘ ଆଜି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ କୁ ଯାଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି।ଓକିଲ ସଂଘ କୁ ରାସ୍ତା ନିର୍ମାଣ କରିବା ପାଇଁ ୭ ଦିନ ର ମହଲତ ମାଗିଛନ୍ତି ବିଭାଗୀୟ ଯନ୍ତ୍ରୀ l ସୂଚନା ଥାଉକି ବର୍ଷା ଦିନରେ ଶହ ଶହ ଯାନ ବାହାନ ସରୁଗୁଡ଼ା ସାଗରମୁଣ୍ଡା କାଦୁଅ ରାସ୍ତା ରେ ଅଟକି ଥିଲା ଏହାକୁ ନେଇ ଜିଲ୍ଲା ଓକିଲ ସଂଘ ରାସ୍ତା ନିର୍ମାଣ ଅଧିକାରୀ କୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ସଂପୃକ୍ତ ଠିକାଧାର ସହିତ ଆଲୋଚନା କରିଥିଲେ। ତଥାପି ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇନଥିବା ଯୋଗୁ ଏହା ମଧ୍ୟ ତୁରନ୍ତ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ଏହି ସମୟ ମଧ୍ୟରେ ଯଦି ରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ଶ୍ରୀ ତପନ ସିଂ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
ନବରଙ୍ଗ ପୁର ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍ AKN NEWS


