ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା(AKN NEWS): ତା ୨୩/୦୧/୨୦୨୫ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି | ମା ମାଟି ମାତୃଭୂମି ସ୍ୱର୍ଗ ଠାରୁ ବଡ ଓ ଏହି ପବିତ୍ର ଭୂମି ପାଇଁ ବଳିଦାନ ଦେଇଥିବା ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କୁ ମନେ ପକାଇବା ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଗୁରୁତ୍ୱ ପୂର୍ଣ୍ଣ ବୋଲି ସ୍କୁଲର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ଅଭିଭାବକ ଙ୍କୁ ଉଦବୋଧନ ଦେଇଥିଲେ | ସଂମ୍ନାନିତ ଅତିଥି ରୂପେ ବରିଷ୍ଠ ଶିକ୍ଷାବିତ୍ ବ୍ରହ୍ମାନନ୍ଦ ସାମଲ, ସମାଜସେବୀ ସୁତ୍ତମ କୁମାର ନାୟକ, କବି ସୋହନ ଲାଲ ଅଗ୍ରୱାଲ, କବି ଅଶୋକ ଖମାରୀ ଉପସ୍ଥିତ ଥିଲେ | ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବିଭିନ୍ନ ସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ, ସଫଳ ହୋଇଥିଲା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ, ସୁଶ୍ରୀ ସାହୁ, ସାଧନା ପ୍ରଧାନ, ବୃଷବ ଦାସ ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ ଓ ରାଷ୍ଟ୍ରୀୟ ସଂଗୀତ ଗାନ ସହ ସଭାସାଙ୍ଗ ହୋଇଥିଲା |
ବ୍ୟୁରୋ ରିପୋର୍ଟ AKN NEWS


