ଓଡିଶା ଖବର

କେସିଙ୍ଗାର ଭବିଷ୍ୟତ ପାଇଁ ବାଏପାସ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟସଭା ସାଂସଦଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

କଳାହାଣ୍ଡି(AKN NEWS): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଆଗାମୀ ଭବିଷ୍ୟତ ପାଇଁ କେସିଙ୍ଗା ବାଏପାସ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମଙ୍ଗଳବାର ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ସାକ୍ଷାତ କରି କେସିଙ୍ଗା ର ଉନ୍ନତି ଉପରେ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।କେସିଙ୍ଗାର ଏହି ବାଏପାସ କ୍ରିୟାନୁଷ୍ଠାନ କମିଟି କେସିଙ୍ଗା ସହର ପାଇଁ ଏକ ବାଏ ପାସ ରାସ୍ତା ନିର୍ମାଣ ପାଇଁ ଦିନରାତି ଏକ କରିଛି ତୁହାକୁ ତୁହା ବୈଠକ ସାଙ୍ଗକୁ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସମେତ ବିଭିନ୍ନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସାକ୍ଷାତ କରି କେସିଙ୍ଗା ର ଭବିଷ୍ୟତ ପାଇଁ ସହରରେ ପାଇଁ ଏକ ବାଏପାସ ରାସ୍ତା କେତେ ଆବଶ୍ୟକ ସେହି ଉପରେ ଆଲୋଚନା କରୁଛନ୍ତି।ବିଗତ ଦିନ ମାନଙ୍କରେ କଳାହାଣ୍ଡି ଲୋକସଭା ସାଂସଦ,ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ଆଗରୁ ଦାବୀ ପତ୍ର ପ୍ରଦାନ କରାଯାଇଛି।ସମସ୍ତେ ଯଥା ସମ୍ଭବ ସହଯୋଗ କରିବା ପାଇଁ କଥା ଦେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଭଲ ଖବର ମିଳିନାହିଁ।ସେଥି ପାଇଁ କେସିଙ୍ଗା ବାଏ ପାସ କ୍ରିୟାନୁଷ୍ଠାନ କମିଟି ନିଜର ମାଆ ମାଟି ର ସୁରକ୍ଷା ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ସାକ୍ଷାତ କରି ବାଏପାସ ରାସ୍ତା ବିଷୟରେ ଆଲୋଚନା କରିଛନ୍ତି।କମିଟି ର କହିବା ଅନୁଯାୟୀ ଅମାଠ ଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ଆଗାମୀ ଦିନରେ ଫୋର ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେବ ସେଥି ପାଇଁ ଭବାନୀପାଟଣା ଓ ଜୁନାଗଡ଼ ପାଇଁ ଯଦି ବାଏ ପାସ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛି ତାହା ହେଲେ କଳାହାଣ୍ଡି ର ଦ୍ଵାର କେସିଙ୍ଗା ପାଇଁ କାହିଁକି ବାଏ ପାସ ରାସ୍ତା ପାଇଁ ସହମତି ଦେଉ ନାହିଁ ।ବିଗତ ଦିନ ମାନଙ୍କରେ କେସିଙ୍ଗା ପ୍ରତି ଅନେକ ଅବହେଳା କରାଯାଇଛି ଯାହା ବି ହେଇଛି ଆନ୍ଦୋଳନ ପରେ ହେଇଛି ତେଣୁ ବାଏ ପାସ ରାସ୍ତା ନିର୍ମାଣ ବିଷୟରେ କିଛି ଭଲ ଖବର ନ ମିଳିଲେ ଆଗାମୀ ଦିନରେ କେସିଙ୍ଗା ଜନସାଧାରଣ ପୁଣିଥରେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବେ ବୋଲି ବାଏ ପାସ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି।ଆଜିର ଦାବୀ ପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ,ମହେନ୍ଦ୍ର ନାଏକ ଦେବେନ୍ଦ୍ର ଭୁଜବଳ,ସୁରେଶ ରାଓ,ଦୟା ସୁନାନୀ, ଉମେଶ ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!