ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

ଭବାନୀପାଟଣା(AKN NEWS): କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ଭବାନୀପାଟଣା ପକ୍ଷରୁ ଆଜି କ୍ରିଷ୍ଣା ନଗର ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଲଳିତ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସମ୍ପାଦକ ବେଲାର ଜାନୀ ପରିଚାଳନା କରିଥିବାବେଳେ ଜିଲ୍ଲାର ସମସ୍ତ ସହଯୋଗୀ ଠୀକାଦାର ମାନେ ଉପସ୍ଥିତ ରହି ସଭାରେ ଜିଲ୍ଲାର ଶ୍ରମିକ ମାନଙ୍କୁ କିପରି ସରକାରଙ୍କ ସହାୟତା ମିଳିପାରିବ,ନିଜ ର ପରିବାର ବର୍ଗଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା ଏବଂ ନିଜନିଜର ସହାୟକ ଠୀକାଦାର ମାନଙ୍କ ସହିତ ମିଳିମିଶି କାର୍ଯ୍ୟରତ ରହି ଜନସାଧାରଣଙ୍କ ସେବାକରିବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କୋଷାଧ୍ୟକ୍ଷ ସମସ୍ତ ସଦସ୍ୟ ମାନଙ୍କୁ ସଦସ୍ୟତା ଗ୍ରହଣ କରିବା ସହିତ ନିଜର ନିଜର କର୍ତ୍ତବ୍ୟ ଗ୍ରହଣ କରିବାକୁ ଅନୁରୋଧ କରିବା ସହିତ ସଂଗଠନ ନିୟମାବଳୀ ପଠନ କରିଥିରିଲେ।ଏହି ବୈଠକରେ ଜିଲ୍ଲା ସହାୟକ ସଭାପତି ସୁନ୍ଦର ଜେନା, ସହ ସମ୍ପାଦକ ମକାର୍ଦ୍ଧଜ ରଣା,ସହଦେବ ତାଣ୍ଡି,ଲଷ୍ମୀ ଧର ତାଣ୍ଡି,ପର୍ଶୁରାମ ବଗର୍ତ୍ତି, ସୁବାସ ଦୁର୍ଗା,ଗିରି ଦୁର୍ଗା, କୈଳାସ ବେମାଲ,ଲଛମନ ରଣା, ମାଧବ ରାଓ,ତ୍ରିଲୋଚନ ସାହୁ,ବେଣୁଧର ରଣା,ଵିଷ୍ଣୁ ସୁନା, ଗୋବିନ୍ଦ ମାଝୀ,ଵିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ରହିଥଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ସହାୟକ ଠୀକାଦାର ମାନେ ଏକ ଜୁଟ ରହି ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବାବାପାଇ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!