ଅନନ୍ୟ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସହୀଦ ଦିବସ ପାଳିତ

ଭବାନୀପାଟଣା (AKN NEWS): ତା, ୩୦/୦୧/୨୦୨୫ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଭାରତ ର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ତଥା ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା,ଏହି ଅବସରରେ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଦେଶପ୍ରେମ, ଭାଇଚାରା ତଥା ମହାତ୍ମା ଗାନ୍ଧୀ ଙ୍କ ଅହିଂସା ନୀତି ଆଦର୍ଶ ଙ୍କୁ ଜୀବନ ରେ ପାଳନ କରିବା ପାଇଁ ଉଦବୋଧନ ଦେଇଥିଲେ |

ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, କଲ୍ୟାଣୀ ବାଗ, ସୁଶ୍ରୀ ସାହୁ, ସାଧନା ପ୍ରଧାନ, ବୃଷବ ଦାସ ସହଯୋଗ କରିଥିଲେ ଓ ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ | ରାଷ୍ଟ୍ରୀୟ ସଂଗୀତ ଗାନ ସହ ସଭାସାଙ୍ଗ ହୋଇଥିଲା |

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!