ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଘାଟିତ।

(AKN NEWS): ଅଦ୍ୟ ତା ୧୯.୦୨.୨୦୨୫ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋଲାମୁଣ୍ଡା ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଷୀ , ଜିଲ୍ଲାଶିକ୍ଷା ପ୍ରତିଷ୍ଠାନ ଭବାନୀପାଟଣା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ , ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ( ସିଆରସିସି )ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ, କେନ୍ଦ୍ର ବିଦ୍ୟାଳୟ ଗ୍ରୀଣ୍ଡୋଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜୁକ୍ତାମୁଣ୍ଡ ଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ।
ଶିକ୍ଷଣ ସାମଗ୍ରୀ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ବୃଦ୍ଧି ହେବା ସହିତ ଦୈନନ୍ଦିନ ଶିକ୍ଷଣ ଯଥା ଭାଷା ଓ ଗଣିତ ଶିକ୍ଷାଦାନ ପ୍ରତି ଭୟ ଦୂର ହେଵ। ଛାତ୍ରଛାତ୍ରୀ ମାନେ ଆନନ୍ଦ ମୟ ପରିବେଶ ରେ ଶିକ୍ଷାଦାନ କରିଵେ। ପ୍ରଥମ ଦିଵସରେ କ୍ଲଷ୍ଟର ର ପ୍ରତ୍ୟେକ ବିଦ୍ୟାଳୟ ରୁ FLN ଶିକ୍ଷକ ମାନେ ଯୋଗଦାନ କରି ଅନେକ ଗୁଡ଼ିଏ ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ। କ୍ଲଷ୍ଟର ର ୧୫ ଟି ସରକାରୀ ପାରଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୨୦ ଜଣ ଶିକ୍ଷକ ଅଂଶ ଗ୍ରହଣ କରିଥିବାବେଳେ ୪ଜଣ ପ୍ରଶିକ୍ଷକ ଯୋଗଦାନ କରିଥିଲେ। ପ୍ରଥମ ଦିଵସରେ ୩୦ ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଦ୍ବିତୀୟ ଦିବସରେ ଆହୁରି ଅଧିକା ହେଇପାରିବ ବୋଲି କର୍ମଶାଳା ର ପ୍ରଶିକ୍ଷାର୍ଥୀ କହିଥିଲେ।
dhramgarh upa khanda ru shyam sundar agrawal akn news


