ଓଡିଶା ଖବର

ସୁଭଦ୍ରା ଶକ୍ତି ମେଳାରେ କଳା ଓ କାରୁକାର୍ଯ୍ୟର ପ୍ରଦର୍ଶନ ଫେବୃଆରୀ ୨୮ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା

ପୁରୀ ୨୬/୨(AKN NEWS): ମିଶନ ଶକ୍ତି ବିଭାଗ ପକ୍ଷରୁ ପୁରୀ ତାଳବଣିଆ ଜିଲ୍ଲା ପଡିଆ ଠାରେ ଆରମ୍ଭ ହେଉଛି ଜିଲ୍ଲା ମିଶନ ଶକ୍ତି ମେଳା।ଏହି ମେଳା ଚଳିତ ମାସ ୨୮ ତାରିଖ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ମେଳା ରେ ୧୫୦ ଟି ଷ୍ଟଲର ବ୍ୟବସ୍ଥା ହୋଇଛି।ଯେଉଁ ଥିରେ ହସ୍ତଶିଳ୍ପ,ମିଲେଟ, କଳାକୃତି, ଅର୍ଗାନିକ ଉତ୍ପାଦ ମାନର ବିପଣୀ ସହ ଫୁଡ ଷ୍ଟଲ ମଧ୍ୟ ଖୋଲିବ।ଜିଲ୍ଲା ତଥା ଜିଲ୍ଲା ବାହାରର ମିଶନ ଶକ୍ତି ର ମା ମାନଙ୍କର ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ କରାଯିବ।ଏହି ମେଳାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚଳିତ ମାସ ୨୮ ତାରିଖରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ପ୍ରତ୍ୟେକ ଦିନ ମେଳା ପୂର୍ବାହ୍ନ ଦିବା ୧୧ ଘଟିକା ରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମିଶନ ଶକ୍ତି ବିଭାଗ ପକ୍ଷରୁ ସୂଚନା ମିଳିଛି।ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ଆର୍ଥିକ ଅଭିବୃଦ୍ଧି ରେ ଯୋଗ ଦାନ ଏହି ମେଳାର ଉଦ୍ଦେଶ୍ୟ।ସେମାନେ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ ଓ ବିକ୍ରୟ ଦ୍ଵାରା ଅଧିକ ଅନୁପ୍ରାଣିତ ଓ ଉତ୍ସାହିତ ହେବେ।ଯାହା ସେମାନ ଙ୍କୁ ଅଧିକ ସକ୍ଷମ ଓ ଦକ୍ଷତା ସମ୍ପର୍ଣ୍ଣ କରିବ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!