ଅନନ୍ୟ

ଜିଲା କଂଗ୍ରେସ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ ପାଇଁ ପ୍ରସ୍ତୁତି ବୈଠକ.

ଜିଲା କଂଗ୍ରେସ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ ପାଇଁ ପ୍ରସ୍ତୁତି ବୈଠକ. ଭବାନିପାଟଣା/ ରାଜ୍ୟରେ ମହିଳା ଓ ଶିଶୁ ଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ କିପରି ରାଜ୍ଯ ସରକାର ଦୃଷ୍ଟି ଦେଇ ଏହି ଅତ୍ୟାଚାର କୁ ରୋକିବା ପାଇଁ ଜିଲା କଂଗ୍ରେସ ତରଫରୁ ଆସନ୍ତା 10 ତାରିଖ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଓ ପାଇଁ ପି ସି ସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ ଆସିଛି. ଏଣୁ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଜିଲା ପର୍ଯ୍ୟବେକ୍ଷକ ମନୋଜ ତ୍ରିପାଠୀ ଙ୍କ ଉପସ୍ଥିତିରେ ଅନେକ କର୍ମକର୍ତ୍ତା ଓ ସଦସ୍ୟ ଘେରାଉ କିପରି ଜୋରଦାର କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ. ବୈଠକରେ ଉପ ସଭାପତି ଉଛବ ସାହୁ, ଇନ୍ଦ୍ରଜିତ୍ ମହାଖୁଡ, ଧନୁର୍ଦ୍ଧର ଗହୀର, ମହମ୍ମଦ ସାହେବ, ସରୋଜ ବାଗ, ସୁକାନ୍ତି ସରାଫ, ଜୟଦେବ ନାଏକ, ପ୍ରୀତମ ବେହେରା, ସନ୍ତୋଷ ପ୍ରଧାନ, ପ୍ରମିଳା ଭାତ୍ରା,ରୋଜି ନାୟକ, ମାଣିକ୍ଯ ସୁନା, ବ୍ରଜ ସାହୁ,ଭାଗବତ୍ ଲାଲ ପ୍ରେମଲାଲ ସାଗର, ଚନ୍ଦ୍ର ଶେଖର ଯୋଶୀ ପ୍ରମୂଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ. ପର୍ଯ୍ୟବେକ୍ଷକ ଶ୍ରୀ ତ୍ରିପାଠୀ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଙ୍କୁ କାର୍ଯ୍ୟକ୍ରମ ସଫଳ ଯେପରି ହୋଇ ପାରିବ ପରାମର୍ଶ ଦେଇଥିଲେ.

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!