ମାଁ ଠାକୁ ରାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତି ଦର୍ଶକଙ୍କ ମନକୁ ଛୁଇଁଲା।
ନବରଙ୍ଗପୁର,(AKN NEWS):ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଗ୍ରାମ ପଞ୍ଚାୟତ ବିଜ୍ରାଗୁଡା ଗ୍ରାମ ଠାରେ ଅନୁଷ୍ଠିତ ହେଉଥିବା ମାଁ ଠାକୁରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ପହଞ୍ଚି ଥିବା ବେଳେ ।ନବରଙ୍ଗପୁର ଓ ବୋରିଗୁମ୍ମା ମଧ୍ୟ ରେ ପ୍ରତିଯୋଗୀତା ହୋଇଥିଲା। ଏହି ମ୍ୟାଚ୍ ରେ ଆଜିର ମୁଖ୍ୟ ଅତିଥି ଭାବେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ଗୌରୀଶଙ୍କର ମାଝି ପହଞ୍ଚି ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ କରମର୍ଧନ ପୂର୍ବକ ଶୁଭେଚ୍ଛା ଜଣାଇ ଶୁଭାରମ୍ଭ କରାଇ ଥିଲେ ।
ତାଙ୍କ ସହ ଶ୍ରୀ ଜ୍ୟୋତି ରଞ୍ଜନ କଂସ, ଶୁଭେନ୍ଦୁ ସାମନ୍ତରାୟ, ଅମୁଲ୍ୟ ମିଶ୍ର, ଦେବଦାସ ମହାଙ୍କୁଡ ଓ ବିଜରା ଗୁଡା ଫୁଟବଲ୍ ମେଚ୍ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଜିର ଏକ ଘଣ୍ଟିଆ ମ୍ୟାଚ୍ ଅମିମାଂସିତ ଭାବେ ସମାପ୍ତ ହୋଇଥିଲା ଓ ଶେଷରେ ପିନାଲଟି ସଟ୍ ରେ ୩/୨ଗୋଲ୍ ରେ ବିଜୟୀ ହୋଇଛନ୍ତି ବାରିଗୁମା ଦଳ।
ତେନ୍ତୁଳିଖୁଣ୍ଟି ବ୍ଲକ୍ ରୁ ସଞ୍ଜୀବ ଖୁରାଙ୍କ
ରିପୋର୍ଟ୍ AKN NEWS



