ଓଡିଶା ଖବର

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଯମୁନା ଗ୍ରାମରେ ମା ଯାଡ଼ିମାଲ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଜ୍ଞ ପଣ୍ଡିତ ଶ୍ରୀଯୁକ୍ତ ବାଳକୃଷ୍ଣ ଦାଶଙ୍କ ପରାମର୍ଶ କ୍ରମେ ମହା ଆଡମ୍ବର ସହକାରେ ପାଳିତ

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଯମୁନା ଗ୍ରାମରେ ମା ଯାଡ଼ିମାଲ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଜ୍ଞ ପଣ୍ଡିତ ଶ୍ରୀଯୁକ୍ତ ବାଳକୃଷ୍ଣ ଦାଶଙ୍କ ପରାମର୍ଶ କ୍ରମେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଯମୁନା ଗ୍ରାମ୍ୟ କମିଟି ପକ୍ଷରୁ ତିନିଦିନ ଧରି ନାମ ଯଜ୍ଞ, ଘୃତ ଯଜ୍ଞ ,ଏବଂ ଅର୍ଣ୍ଣ ଯଜ୍ଞ ଚାଲୁ ରହିବ ବୋଲି ସୂଚନା ମିଳିଛି । ଏବଂ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସମସ୍ତଙ୍କ ହୃଦୟରେ ସକରାତ୍ମକ ମନୋଭାବ ନେଇ ପ୍ରତ୍ୟହ ମହିଳା ଓ ପୁରୁଷମାନେ ନାମ ଯଜ୍ଞ ରେ ସାମିଲ ହୋଇ ପ୍ରଭୁଙ୍କ ନାମ ପ୍ରେମରେ ମଜି ରହିଛନ୍ତି । ଏବଂ ପାରିକୁଦ ଅଞ୍ଚଳର ଅନେକ ଭକ୍ତ ଶ୍ରଦ୍ଧାଳୁ ମାନେ ଯାଇ ମାଆଙ୍କ କୃପା ଲାଭ କରିବା ସହିତ ପ୍ରସାଦ ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏଥି ସହିତ ଗ୍ରାମ୍ୟ କମିଟି ସଭାପତି, ଶ୍ରୀଯୁକ୍ତ ସୋମନାଥ ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ ଧନେଶ୍ଵର ସାହୁ ପ୍ରତିଷ୍ଠା ଉତ୍ସବ ପରିଚାଳନା କରୁଥିବା ବେଳେ ଯମୁନା ଗ୍ରାମର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଅନୁଷ୍ଠାନ ର ସମସ୍ତ କାର୍ଯ୍ୟ ସୁଚାରୁପେ ତୁଲାଇଛନ୍ତି ।

କୃଷ୍ଣ ପ୍ରସାଦ ବ୍ଲକରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!