ଅର୍ଡାବାହାଲରେ ଓଡ଼ିଶା ଦିବସ ଅବସରରେ ଉପନ୍ୟାସ ନିଲପରୀ ଉନ୍ମୋଚିତ

କୁଚିଣ୍ଡା:୧/୪(AKN NEWS): କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡା ବାହାଲ ସ୍ଥିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ କଲେଜ୍ ର ଅଧ୍ୟକ୍ଷ ରଞ୍ଜନ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ଅବସର ପ୍ରାପ୍ତ ଆହ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ଥାନୀୟ କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ହରିହର ନାଏକ ମୁଖ୍ୟ ବକ୍ତା ଓ ସାହିତ୍ୟିକ ଅଲେଖ କୁମାର ପତି ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ ସୁସାହିତ୍ୟିକା ସୁସ୍ମିତା ପଟେଲ ଙ୍କ ଅଷ୍ଟମ ପ୍ରକାଶନ ଉପନ୍ୟାସ ‘ନୀଳପରୀ ‘ର ଶୁଭ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସସ୍ମିତା ପଟେଲ ଓ ତାଙ୍କ ସ୍ଵାମୀ ସୁରତ ପଟେଲ ଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ମାନପତ୍ର ଟିକୁ ଅଧ୍ୟାପକ ହୃଦୟ ଚନ୍ଦ୍ର ପାଣିଗ୍ରାହୀ ପାଠ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ କବି ପରମେଶ୍ବର ପଟେଲ, ବସନ୍ତ କୁମାର ଚୌଧୁରୀ, ପ୍ରମୋଦ କୁମାର ନାୟକ,ବନମାଳି ନାମ ଦେଓ,ବିଶ୍ଵନାଥ ସାହୁ ,ସୁସ୍ମିତା ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ଅତିଥି ଗଣ ଓଡ଼ିଆ ଭାଷା ଓ ସାହିତ୍ୟ ର ମହିମା ଗଣ ସହ ଦେଶପ୍ରେମ ମୂଳକ ସ୍ବରଚିତ କବିତା ମାନ ପାଠ କରି ପରିବେଶ କୁ ସୁନ୍ଦର କରିଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ରାଜ୍ୟରେ ସମତୁଲ ବିକାଶ ଉପରେ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭ ରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ତୃପ୍ତି ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


