ସ୍ବର୍ଗତ ପୂର୍ବତନ ବିଧାୟକ ମୁରାରୀ ମିଶ୍ରଙ୍କ ସ୍ମୃତିରେ ନୂଆଁଖାଇ ଭେଟଘାଟ୍:ହଜାର ହଜାର ସଂଖ୍ୟା ରେ ଏକତ୍ରିତ ହେଲେ ମୁରାରୀ ପ୍ରେମୀ
ଗାଇସିଲେଟ,(AKN NEWS )ତା 19/10/23:ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଳେଟ ବ୍ଳକ ଖୁଣ୍ଟପାଲି ଠାରେ ସ୍ବର୍ଗତ ପୂର୍ବତନ ବିଧାୟକ ମୁରାରୀ ମିଶ୍ରଙ୍କ ସ୍ମୃତିରେ ମହା ଆଡମ୍ବର ସହିତ ନୂଆଁଖାଇ ଭେଟଘାଟ ଅନୁଷ୍ଟିତ ହୋଇଥିଲା ଅନୁଷ୍ଠିତ ଏହି ମହାସମାରୋହରେ ବିଜେପୁର ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ହଜାର ହଜାର ସଂଖ୍ୟା ରେ ମୁରାରୀ ମିଶ୍ର ପ୍ରେମୀ ପୁରୁଷ ମହିଳା ଓ ବୟୋଜ୍ୟେଷ୍ଠ ମାନେ ଯୋଗଦାନ କରିଥିଲେ ।ସଭା କୁ ପ୍ରମୋଦ କୁମାର ଦେବତା ପରିଚାଳନା କରିଥିବାବେଳେ ବରିଷ୍ଠ ଚାଷୀ ନେତା କିଶୋର ଦେବତା, ଲଚିନ୍ର କୁମ୍ଭାର, ସରୋଜ ପଟେଲ, ଧନେଶ୍ୱର ମେହର, ଶେଷଦେବ ବାରିକ, ତେଜରାଜ କଣ୍ଣାଲ, କରୁଣାକର ସାହୁ, ଓକିଲ କରାଇ, ରିଙ୍କୁ ମହାନ୍ତି, ସଙ୍କଟା ବାଚପେୟୀ, ବିରେନ୍ଦ୍ର ପଧାନ, ସୁବାଷ ତରିଆ, ଡାକ୍ତର ସାହୁ, ସଦାନନ୍ଦ ବଢାଇ, ସୁବଲ ମିଶ୍ର, ବସନ୍ତ ପଧାନ, ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ଉପରେ ସ୍କୁତି ଚାରଣ କରିଥିଲେ ।ଏହି ଅବସରରରେ ସ୍ବର୍ଗତ ବିଧାୟକଙ୍କ ୪୦ଜଣ ସକ୍ରିୟ ସହଯୋଗୀ କାର୍ଯ୍ୟକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ମମ୍ମାନୀତ କରାଯାଇଥିଲା, ସେହିପରି ପଦ୍ମପୁର ଉପଖଣ୍ଡର ସମସ୍ତଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି | ସ୍ବର୍ଗତ ମୁରାରୀ ମିଶ୍ରଙ୍କ ଜ୍ବାଇଁ ଡକ୍ଟର ସୁଶିଳ ଶର୍ମା, ଝିଅ ରାଜ ଲକ୍ଷ୍ମୀ ମିଶ୍ର, ସୁରଜ ଶର୍ମା ଙ୍କ ଉଦ୍ୟମରେ ଏହି ବିରାଟ କାର୍ଯ୍ୟକ୍ରମ ହୋଇଥିଲା | ବିଭିନ୍ନ ଗ୍ରାମର ରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କନ୍ଦା ଗାଡ ର ଡାଲଖାଇ, ଦୁଲଦୁଲି, ରାଏସଲପଦର ର ମହିଲା ସଂକୀର୍ତ୍ତନ, ଭୁତିବାହାଲ ସାଂସ୍କୃତିକ ନୃତ୍ୟ ତଥା ଅନେକ ସ୍ଥାନୀୟ କଳାକାର ନିଜ କଳା ପରିବେଷଣ କରିଥିଲେ ।
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS



