ସମ୍ରାଟ ଅଶୋକ ଙ୍କ ଜୟନ୍ତୀ ପାଳିତ

ଜମନକିରା : ୫/୪(AKN NEWS): ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ପକ୍ଷରୁ ଆଜି ସନ୍ଧ୍ୟାରେ ଆବାହକ ସୁରୁ ମଣୀ ସୁନାନୀ ଙ୍କ ସଭାପତିତ୍ବରେ ଅହିଂସା ର ପ୍ରତୀକ ଅଥଚ ବିଶ୍ଵ ବିଖ୍ୟାତ ସୁଶାସକ ସମ୍ରାଟ ଅଶୋକ ଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଅଙ୍କଡିହି ଠାରେ ପାଳିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ସମାଜ ସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଶାସନ କଲେଜ୍ ର ଅଧ୍ୟକ୍ଷ ସାହିତ୍ୟିକ ସୋଷିତ୍ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ସେମାନେ ସମ୍ରାଟ ଅଶୋକ ଙ୍କ ସହ ଗୌତମ ବୁଦ୍ଧ ଓ ବାବା ସାହେବ୍ ଡ଼ ଆମ୍ବେଦକର ଙ୍କ ତୈଳ ଚିତ୍ର ରେ ପୁସ୍ପାର୍ଘ୍ୟ ପ୍ରଦାନ କରି ସମ୍ରାଟ୍ ଅଶୋକଙ୍କ ଜୟନ୍ତୀକୁ ରାଜ୍ୟ ଓ କେନ୍ଦ୍ର ସରକାର ପାଳନ କରିବା ସହ ଛୁଟି ଘୋଷଣା କରିବାକୁ ଆହ୍ବାନ ଦେଇଥିଲେ ।ପ୍ରାରମ୍ଭରେ ଯୁବ ନେତା ଧରଣୀଧର ବାଘ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ବିଳାସିନୀ ଶୁନାନି, ସୀମା ଗର୍ଦିଆ, ରୋହିତ ଶୁନାନୀ,କୂଳ ମଣୀ ଶୁ ନା ନି, ଅଶୋକ ନାଏକ ବେଳେ ଶେଷରେ ୱାର୍ଡ ସଭ୍ୟା ହୁଙ୍କେଶ୍ୱରି ଶୁନାନୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


