ଓଡିଶା ଖବର

ସର୍ବୋଦୟ ନଗର ଆଦର୍ଶ ବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ

ପୁରୀ ୭/୪ (AKN NEWS): ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସର୍ବୋଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା।ରାଜ୍ୟ ସରକାର ଙ୍କ ଓଡ଼ିଆ ପକ୍ଷ ପାଳନର କାର୍ଯ୍ୟ ସୂଚୀ ଅନୁସାରେ ଆଜି ବର୍ଣ୍ଣବୋଧ ବଣ୍ଟନ ଦିବସ ରହିଥିଲା। ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ସଦର ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କର ସର୍ବୋଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ପିଲା ମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିଥିଲେ। ପିଲା ମାନେ ବର୍ଣ୍ଣବୋଧ ପାଇ ବହୁତ ଖୁସି ହୋଇ ଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ ଦାଶ,ଶିକ୍ଷୟତ୍ରୀ ପାର୍ବତୀ ପଣ୍ଡା,ସାବିତ୍ରୀ ମହାପାତ୍ର, ରାଜଶ୍ରୀ ଆପଟ,ଝରଣା ବଳବନ୍ତରାୟ, ସଂଯୁ ପଟ୍ଟନାୟକ,ସଶ୍ମୀତା ଦାସ,ସୁରମା ସାହୁ,ଶିକ୍ଷକ କେଶବ ପ୍ରଧାନ, ସୂର୍ଯ୍ୟ ନାରାୟଣ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!