ପରମାଣପୁର ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ରେ ବାର୍ଷିକ ଉତ୍ସବ

ପରମାଣପୁର(AKN NEWS): ସମ୍ବଲପୁର ଆଜି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ପରମାଣପୁର ଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି | ପ୍ରଥମେ ବିଦ୍ୟାଳୟ ର ରୀତି ନୀତି ଅନୁସାରେ ଶ୍ରୀ ମା ଅରବିନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଅଛି | ଏହା ପରେ ମାତୃବନ୍ଦନା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ଭାବରେ ପରମାଣପୁର ସରପଞ୍ଚ ଶ୍ରୀ ମହେନ୍ଦ୍ର ନାଥ ମୁଖ୍ୟ ବକ୍ତା ଭାବରେ ଜିପିଏ କଲେଜ୍ ମୁରା ର ଅଧ୍ୟାପକ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ମାନେଶ୍ୱର ବ୍ଲକ୍ ଉପାଧକ୍ଷ୍ୟ ନରେନ୍ଦ୍ର ମିଶ୍ର।ଓ ପ୍ରତାପ ମିଶ୍ର ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ମନରଞ୍ଜନ ନାଥ ସଭାପତିତ୍ୱ କରିଥିବା ବେଲେ ସଂପାଦକ ଶ୍ରୀ ସୁବ୍ରତ କୁମାର ମିଶ୍ର ଓ ପ୍ରିନ୍ସିପାଲ ରାଜଲକ୍ଷ୍ମୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ | ସଭା କାର୍ଯ୍ୟ ପରେ ପୁରସ୍କାର ବିତରଣ କରାଯାଇ ଥିଲେ। ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗୀତ ନାଚ ପରିବେଷଣ କରିଥିଲେ | ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ଏକାଠି ହୋଇ ସମସ୍ତ କାର୍ଯ୍ୟ ସମାପନ କରିଥିଲେ | ଶେଷରେ ଆୟୋଜନ ଦାଇତ୍ବରେ ଥିବା ସରୋଜ କୁମାର ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ସମ୍ବଲପୁର ରୁ ପ୍ରଦ୍ୟୁମ୍ନ ବିଶି ରିପୋର୍ଟ AKN NEWS


