ଗୋଲାମୁଣ୍ଡା ରେ ଗାଁ ଚାଲ ଅଭିଯାନ’ ଜନ ସମ୍ପର୍କ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଗୋଲାମୁଣ୍ଡା,(AKN NEWS): ବିଜେପିର ‘ଗାଁ ଚାଲ ଅଭିଯାନ’ ଅବସରରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେନ୍ଦୁପାଣି ଗ୍ରାମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଜନ ସମ୍ବାଦ କରାଯାଇଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଲୋକହିତକାରୀ ଯୋଜନା ବିଷୟରେ ଜନ ସମ୍ପର୍କ କରିଥିଲେ । ସ୍ୱଛ ଭାରତ ଯୋଜନାରେ ଶୌଚାଳୟ,ସୁଭଦ୍ରା ଯୋଜନା ରେ ମହିଳା ଙ୍କ ଆକାଉଣ୍ଟ କୁ ସିଧାସଳଖ ଟଙ୍କା ପ୍ରଦାନ,ଅନ୍ତୋଦୟ ଗୃହ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜଳାଗ୍ୟାସ, ମାଗଣାରେ ରାସନ ଚାଉଳ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ,କିଷାନ ନିଧି ଯୋଜନାରେ କୃଷକ ମାନଙ୍କ ପାଇଁ ବାର୍ଷିକ ୬୦୦୦ ଟଙ୍କା, ଆହୁରି ଅନେକ କିଛି, ମୋଦିଙ୍କ ଗ୍ୟାରେଣ୍ଟି ବିକାଶ ଘରେ ଘରେ ପହଞ୍ଚିଛି ବୋଲି ଶ୍ରୀ ମହାନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପି ମଣ୍ଡଳ ସଭାପତି ବୈଶାଖୁ କେତକୀ,ମଣ୍ଡଳ ପ୍ରତିନିଧି ପ୍ରଦୀପ ପଣ୍ଡା,ଜିଲ୍ଲା ଯୁବ ମୋର୍ଚ୍ଚା ସଦସ୍ୟ ସମୀର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ,ଗୋଲାମୁଣ୍ଡା ସମିତିସଭ୍ୟା ଙ୍କ ପ୍ରତିନିଧି ସୁବାଷ ନାଏକ,ଏସସି ସେଲ ମୋର୍ଚ୍ଚା ସଭାପତି ସାଲେବନ ମଙ୍ଗରାଜ,କୃଷକ ମୋର୍ଚ୍ଚା ସଭାପତି ରାଧେ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
dhramgarh upa khanda ru shyam sundar agrawal AKN NEWS


