ଓଡିଶା ଖବର
କୁମାର ପୁର ଗ୍ରାମର ଗୋଟିଏ ପରିବାରରେ ସମସ୍ତ ସଦସ୍ୟ ରୋଗରେ ଆକ୍ରାନ୍ତ,ସହାୟତା ନିମନ୍ତେ ସରକାର ଙ୍କ ପାଖରେ ଗ୍ରାମବାସୀ ଙ୍କ ଦାବି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୁମାର ପୁର ଗ୍ରାମର ଚିଲିକା ଉପରେ ଭରସା କରି ଚଳୁଥିବା ମତ୍ସ୍ୟଜୀବୀ ପରିବାରର ଦିନ ମଜୁରିଆ ସରୋଜ କୁମାର ବେହେରା ଙ୍କ ଅନେକ ଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ଥିବା ବେଳେ ତାଙ୍କର ପତ୍ନୀ ମଧ୍ୟ ରୋଗରେ ଆକ୍ରାନ୍ତ ହୋଇ କୋମା ରେ ଅଛନ୍ତି । ଏକ ଦୁଃଖର ବିଷୟ ତାଙ୍କର ଏକ ମାତ୍ର ପୁଅ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଏବେ ସେ ମଧ୍ୟ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡ଼ି ରହିଛି । ଯେହେତୁ ଗୋଟିଏ ପରିବାରର ସମସ୍ତ ସଦସ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏଥି ନିମନ୍ତେ ଉକ୍ତ ପରିବାରର ଚିକିତ୍ସା ପାଇଁ ଏବଂ ପରିବାର ଚଳିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ବୋଲି ସୋସିଆଲ ମିଡ଼ିଆ ମାଧ୍ୟମରେ ସରକାରଙ୍କ ପାଖରେ ଗ୍ରାମବାସୀ ଦାବି କରିଛନ୍ତି ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


